Below header

ଲକ୍‌ଡାଉନରେ ପୁଣିଥରେ ତାଜ୍‌ ପିନ୍ଧିଲେ ମିସ୍‌ ଇଣ୍ଡିଆ ପ୍ରିୟଙ୍କା, ‘ମେକ୍‌ଓଭର’ ଦେଖି ଫ୍ୟାନ୍‌ କହିଲେ ଏମିତି କିଛି

ବିଶ୍ୱରେ କରୋନା ସଂକ୍ରମଣ ଯୋଗୁଁ ସବୁକିଛି ବନ୍ଦ ରହିଛି। ଭାରତରେ ମଇ ୧୭ ତାରିଖ ପର୍ଯ୍ୟନ୍ତ ଲକଡାଉନ ଚାଲିଛି। ବଲିଉଡ୍ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ଲସଏଞ୍ଜେଲସରେ ପତି ଏବଂ ପରିବାର ସହିତ ରହୁଛନ୍ତି। ଲକ୍ଡାଉନ କାରଣରୁ ସେ ନିଜ ପରିବାର ସହ କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରୁଛନ୍ତି। ନିକଟରେ ସୋସିଆଲ ମିଡିଆରେ ସେ ତାଙ୍କର କିଛି ଲାଟେଷ୍ଟ ଫଟୋ ଶେୟାର କରିଛନ୍ତି। ଯାହା ତାଙ୍କ ପ୍ରଶଂସକଙ୍କ ମୁହଁରେ ହସ ଫୁଟାଇ ପାରିଛି।

pc

କଥା ହେଲା ଏଥିରେ ପ୍ରିୟଙ୍କାଙ୍କୁ ସିଣ୍ଡ୍ରୋଲା ବେଶରେ ଦେଖିବାକୁ ମିଳିଛି। ତେବେ ତାଙ୍କ ନୂଆ ମେକଅପ୍ ଆର୍ଟିଷ୍ଟ ଆଉ କେହି ନୁହେଁ ବରଂ ତାଙ୍କ କୁନି ଭାଣିଜି। ସେ ଯେମିତି କହିଛନ୍ତି ପ୍ରିୟଙ୍କା ସେମିତି ମେକଅପ୍ ପାଇଁ ରାଜି ହୋଇଯାଇଛନ୍ତି। ନିକଟରେ ମଧ୍ୟ ପ୍ରିୟଙ୍କା ତାଙ୍କ ଭାଣିଜିଙ୍କ ସହ ଖୁବ୍ ମଜା କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିବା ଦେଖାଯାଇଥିଲା। ପ୍ରିୟଙ୍କାଙ୍କ ଏହି ଫଟୋ ଦେଖି ଫ୍ୟାନ‘ ସୋ କ୍ୟୁଟ୍‌’ ବୋଲି କମେଣ୍ଟ ମଧ୍ୟ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.