ଭିଟାମାଟିକୁ ଫେରିବାକୁ ମନ ଅଥୟ, ଆନ୍ଧ୍ରରୁ ଚାଲି ଚାଲି ଫେରୁଛନ୍ତି ପ୍ରବାସୀ ଓଡ଼ିଆ

ଗଜପତି : ରାଜ୍ୟ ସରକାର ପ୍ରବାସୀ ଓଡିଆଙ୍କୁ ବିଭିନ୍ନ ରାଜ୍ୟରୁ ଫେରାଇ ଆଣିବା ପାଇଁ ବିଭିନ୍ନ ବ୍ୟବସ୍ଥା କରୁଛନ୍ତି । ସେ ଅନ୍‌ଲାଇନ ହେଉ କି ଅଫ୍ ଲାଇନ ପଞ୍ଜିକରଣ ହେଉ, ସ୍ୱତନ୍ତ୍ର ବସ୍ ଏବଂ ଟ୍ରେନ୍‌ରେ ପ୍ରବାସୀ ଓଡିଆଙ୍କୁ ନିଜ ଭିଟାମାଟିକୁ ଫେରାଇ ଆଣାଯାଉଛି । ତଥାପି ଧର୍ଯ୍ୟ ହରାଉଛନ୍ତି ପ୍ରବାସୀ ଓଡିଆ ।

migrantsଏହିପରି ସ୍ଥିତରେ ଏକ ଦୃଶ୍ୟ ବର୍ତ୍ତମାନ ମୋବାଇଲରୁ ମୋବାଇଲକୁ ଭାଇରଲ ହେଉଥିବା ଦେଖିବାକୁ ମିଳୁଛି । ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରୁ ୭୦୦ କିଲୋମିଟର ଦୁରରେ ଥିବା ଆନ୍ଧ୍ରପ୍ରଦେଶ ବିଜୟୱାଡା ଠାରୁ ଗଜପତି ଜିଲ୍ଲାର ୧୭ ଓ ରାୟଗଡା ଜିଲ୍ଲାର ୩ ଜଣ, ସମୁଦାୟ ୨୦ ଜଣ ଶ୍ରମିକ ଗତକାଲି ଠାରୁ ଚାଲି ଚାଲି ନିଜ ନିଜ ଭିଟାମାଟି ଅଭିମୁଖେ ଯାତ୍ରା ଆରମ୍ଭ କରିଛିନ୍ତି ।

migrantsଆଶ୍ଟର୍ଯ୍ୟର ବିଷୟ ଏସମସ୍ତ ୨୦ ଜଣ ପ୍ରବାସୀ ଓଡିଶା ରାଜ୍ୟ ସରକାରଙ୍କ କହିବା ଅନୁସାରେ ନିଜ ଭିଟାମାଟିକୁ ଫେରିବା ପାଇଁ ଅନ୍‌ଲାଇନ ପଞ୍ଜିକରଣ କରିଛନ୍ତି । କିନ୍ତୁ ଆନ୍ଧ୍ର କି ଓଡିଶା ପ୍ରଶାସନର ହସ୍ତକ୍ଷେପରୁ ଏମାନେ ଫେରିପାରିନଥିବାରୁ ନିଜେ ନିଜେ ଚାଲି କରି ଆସୁଛନ୍ତି ।  ତେବେ ସେମାନଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ କିଛି ସୁବିଧା କରନ୍ତୁ ବୋଲି ସେମାନେ ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.