Below header

ଅଡୁଆରେ ହନି ସିଂହ, ଏପରି ଅଭିଯୋଗ ଆଣିଲା ପଞ୍ଜାବ ରାଜ୍ୟ ମହିଳା କମିସନ୍

ଚଣ୍ଡିଗଡ : ପଞ୍ଜାବ ରାଜ୍ୟ ମହିଳା କମିସନ୍ ରାପର ତଥା ସିଙ୍ଗର ହନି ସିଂହଙ୍କ ବିରୋଧରେ ଏକ ଗୀତରେ ମହିଳାଙ୍କ ବିପକ୍ଷରେ ଅଶ୍ଳିଳ ଶବ୍ଦ ବ୍ୟବହାର କରିଥିବା ନେଇ ଅଭିଯୋଗ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି । ମହିଳା ପ୍ୟାନେଲର ଅଧକ୍ଷ ମନିଷା ଗୁଲାଟି ରାଜ୍ୟ ଗୃହ ସଚିବ,ପଞ୍ଜାବ ପୋଲିସ୍ ମହାନିର୍ଦ୍ଦେଶକ ଏବଂ ପୋଲିସ୍ ମହାନିରୀକ୍ଷକଙ୍କୁ ପତ୍ର ଲେଖିଛନ୍ତି । ଯେଉଁଥିରେ ସିଙ୍ଗର ହନି ସିଂଙ୍କ ବିରୋଧରେ ଉଚିତ୍ ପଦକ୍ଷପ ଗ୍ରହଣ କରିବାକୁ ଦାବି କରାଯାଇଛି ।

honey

ଏହାସହ ପଢନ୍ତୁ : ବଲିଉଡରୁ କାହିଁକି ହଠାତ୍ ଗାୟବ ହୋଇଯାଇଥିଲେ ହନି ସିଂହ ? ୪ ବର୍ଷ ପରେ…

ମନିଷା ଗୁଲାଟି କହିଛନ୍ତି କି, ଆମେ ପୋଲିସ୍ ନିକଟରେ ଏହି ସିଙ୍ଗର ତାଙ୍କ ଗୀତ ‘ମଖନା’ ରେ ମହିଳାଙ୍କ ପାଇଁ ଅଶ୍ଳିଳ ଶବ୍ଦ ବ୍ୟବହାର କରିଥିବା ନେଇ ଏକ ପ୍ରାଥମିକ ମାମଲା ରୁଜୁ କରିବା ପାଇଁ କହିଛୁ । ଏହାସହିତ ମହିଳା ପ୍ୟାନେଲ ପୋଲିସକୁ ୧୨ ଜୁଲାଇ ଭିତରେ ଉକ୍ତ ମାମଲାର ରିପୋର୍ଟ ଦେବାକୁ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.