Below header

ଏହି ଅଭ୍ୟାସ ପାଇଁ ସୁଟିଂ ସେଟକୁ ଡେରୀରେ ପହଁଚନ୍ତି ସନି ଲିଓନୀ

ବଲିଉଡ୍ ଅଭିନେତ୍ରୀ ସନି ଲିଓନୀ ଇଣ୍ଡଷ୍ଟ୍ରୀର ସବୁଠାରୁ ଚର୍ଚ୍ଚିତ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ପାଇଁ ଫ୍ୟାନ୍ସଙ୍କର ଆଗ୍ରହ ବହୁତ ବେଶୀ। ଏହି କାରଣରୁ ଗୁଗଲରେ ସବୁଠୁ ଅଧିକ ସର୍ଚ୍ଚ କରାଯାଉଥିବା ସେଲିବ୍ରଟୀ ବନିଯାଇଛନ୍ତି। ଆପଣ ମଧ୍ୟ କେବେ ତାଙ୍କ ବିଷୟରେ ଜାଣିବା ପାଇଁ ଗୁଗଲ ଖୋଲିଥିବେ।

ଆପଣ ସନିଙ୍କର ଫ୍ୟାମିଲୀ ହିଷ୍ଟୀ ବିଷୟରେ ସୂଚନା ପାଇଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ସନିଙ୍କର କିଛି ଖାସ୍ ଅଭ୍ୟାସ ବିଷୟରେ ଜଣାଇବାକୁ ଯାଉଛୁ। ଏହି ଅଭ୍ୟାସ ଏମିତି ଯେ ସନି ଏଥିପାଇଁ କାହାକୁ ମଧ୍ୟ କେୟାର କରନ୍ତି ନାହିଁ।

ଆହୁରି ପଢ଼ନ୍ତୁ : ବର୍ଷାରେ ଛମ-ଛମ ନାଚିଲେ ବାହୁବଳୀ ଅଭିନେତ୍ରୀ ତମନ୍ନା, ଭିଡିଓରେ ଦେଖନ୍ତୁ କିପରି କରୁଛନ୍ତି ମସ୍ତି

ସନିଙ୍କର ଏହି ଅଭ୍ୟାସର ଖୁଲାସା ତାଙ୍କ ଫିଲ୍ମ ‘ଜିସ୍ମ ୨’ ଶୁଟିଂ ସମୟରେ ହୋଇଥିଲା। ସମସ୍ତେ ଏହା ଜାଣିବା ପରେ ବହୁତ ଆଶ୍ଚର‌୍ୟ୍ୟ ହୋଇଗଲେ। କାରଣ ତାଙ୍କର ଏହି ଅଭ୍ୟାସ କାରଣରୁ ସେ ସୁଟିଂ ସେଟକୁ କେବେକେବେ ଡେରୀରେ ମଧ୍ୟ ଆସୁଥିଲେ।

ଏବେ ଆପଣ ଭାବୁଥିବେ ସନିଙ୍କର ଏମିତି କେଉଁ ଅଭ୍ୟାସ। ସନିଙ୍କର ଏହି ଅଭ୍ୟାସ ହେଉଛି ବାରମ୍ବାର ପାଦ ଧୋଇବା। ଯେଉଁପରି ଭାବେ କିଛି ଲୋକଙ୍କୁ ବାରମ୍ବାର ହାତ ଧୋଇବାର ଅଭ୍ୟାସ ତାଏ ଠିକ୍ ସେହିପରି ତାଙ୍କର ମଧ୍ୟ ପାଦ ଧୋଇବାର ଅଭ୍ୟାସ ରହିଛି।

ସନି ତାଙ୍କର ଏହି ଅଭ୍ୟାସ ପଛରେ ଏମିତି ପାଗଳ ଯେ ସେ ପ୍ରତି ୧୫ ମିନିଟ ବ୍ୟବଧାନରେ ପାଦ ଧୋଇଥାନ୍ତି। ଏଥିପାଇଁ ସେ ଶୁଟିଂ ପାଇଁ ମଧ୍ୟ ଚିନ୍ତିତ ହୁଅନ୍ତି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.