Below header

ଇନ୍‌ଷ୍ଟାଗ୍ରାମରେ ଭିଡିଓ ଛାଡ଼ିଲେ ରାଖି ସାଓ୍ଵନ୍ତ : କହିଲେ ସୁଶାନ୍ତ ସିଂହ ମୋ କୋଳରେ ନେବେ ପୁନର୍ଜନ୍ମ, ମୋତେ କହିଛନ୍ତି ସ୍ୱପ୍ନରେ

ମୁମ୍ବାଇ : ବଲିଉଡ଼ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁର ୭ ଦିନ ପରେ ବଲିଉଡ଼୍‍ ଡ୍ୟାନ୍ସର ରାଖି ସାଓ୍ଵନ୍ତ ଏକ ଅଦ୍ଭୁତ କଥା କହି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ରାଖି ଦାବି କରିଛନ୍ତି ଯେ ସୁଶାନ୍ତ ତାଙ୍କ ସ୍ୱପ୍ନରେ ଆସିଥିଲେ । ଖୁବ୍‌ ଶୀଘ୍ର ତାଙ୍କ କୋଳରେ ପୁନର୍ଜନ୍ମ ନେବେ ବୋଲି କହିଛନ୍ତି ।

ରାଖି ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଭିଡ଼ିଓ ସେୟାର କରି ଆହୁରି କହିଛନ୍ତି- ‘ରାତିରେ ମୁଁ ଶୋଇଥିବା ବେଳେ ହଠାତ୍‌ ଏକ ଝଟ୍‌କା ଲାଗିଲା । ମୁଁ ପଚାରିଲି କିଏ ? ସେପଟୁ ଉତ୍ତର ଆସିଲା, ମୁଁ ସୁଶାନ୍ତ ।’

 

View this post on Instagram

 

A post shared by Rakhi Sawant (@rakhisawant2511) on

ଆପଣ ହୁଏତ ଏହାକୁ ବିଶ୍ୱାସ କରିବେ କି ନାହିଁ କିନ୍ତୁ ସେ ଏପରି କହିଥିଲେ । ସୁଶାନ୍ତ କହିଲେ ‘ ମୋ ପ୍ରଶଂସକଙ୍କୁ କହିବ, ମୁଁ ପୁଣି ଜନ୍ମ ନେଉଛି ।’ ମୁଁ ପଚାରିଲି କେମିତି ? ସେ କହିଲେ, ଖୁବ୍‌ ଶୀଘ୍ର ମୁଁ ତୁମକୁ କହିବି । ’ ମୁଁ କହିଲି ନା, ଏବେ କୁହ । ସେ କହିଲେ ଖୁବ୍‌ ଶୀଘ୍ର ତୁମେ ବିବାହ କରିବ, ମୁଁ ତୁମ କୋଳରେ ଜନ୍ମ ନେବି ।’ ଏପରି ଭିଡିଓ ରାଖି ତାଙ୍କର ଇନ୍‌ଷ୍ଟାଗ୍ରାମରେ ଛାଡି ଚର୍ଚ୍ଚାକୁ ଆସିଛନ୍ତି ।

ରାଖି ସାଓ୍ଵନ୍ତଙ୍କ ଏହି ଭିଡ଼ିଓକୁ ଦେଖି ସୋସିଆଲ୍‌ ମିଡିଆରେ ମଧ୍ୟ ବହୁ ପ୍ରତିକ୍ରିୟା ଆସିଛି । କେହି କେହି ରାଖିଙ୍କୁ ଲେଖିଛନ୍ତି ଯେ ରାଖି ବୋଧହୁଏ ରାତିରେ କିଛି ଶସ୍ତା ନିଶା ନେଇଛନ୍ତି । ଆଉ କେହି କହିଛନ୍ତି ରାଖି ଏପରି କହି ଆମ ନଜରରୁ ତଳକୁ ଖସି ଗଲେଣି । ଏଥିରେ ଥିବା ରାଖିଙ୍କ ଏହି ପୁରା ଭିଡ଼ିଓ ଦେଖନ୍ତୁ ।

 

 

View this post on Instagram

 

A post shared by Rakhi Sawant (@rakhisawant2511) on

ପ୍ରକାଶଯୋଗ୍ୟ, ସୁଶାନ୍ତ ସିଂହ ଗତ ୧୪ ତାରିଖରେ ବାନ୍ଦ୍ରା ସ୍ଥିତ ତାଙ୍କ ଘରେ ଆତ୍ମ ହତ୍ୟା କରିବା ପରେ ତାଙ୍କର ପରିବାର ଓ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ପରିବାର ପକ୍ଷରୁ ମାମଲାର ସିବିଆଇ ତଦନ୍ତ ଦାବି କରାଯାଇଛି । ମୁମ୍ବାଇ ପୋଲିସ୍‌ ଏହାର ତଦନ୍ତ ଜାରି ରଖିଥିବା ବେଳେ ନୂଆ ନୂଆ ତଥ୍ୟ ପ୍ରଘଟ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.