Below header

ସକାଳେ ଚିହ୍ନଟ ହେଲେ ୩୦୪, ଅପରାହ୍ନରେ ୧୮୬ ସୁସ୍ଥ

ପୁଣି ଖୁସିଖବର, ରାଜ୍ୟରେ ସୁସ୍ଥ  ହେଲେ ୧ ୮୬ କରୋନା ଆକ୍ରାନ୍ତ। ସର୍ବାଧିକ କଟକରେ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥ ମାନଙ୍କ ମଧ୍ୟରେ ଅଛନ୍ତି କଟକର ୬୨, କନ୍ଧମାଳର ୪୧,ଖୋର୍ଦ୍ଧାର ୩୨ ଜଣ,ଗଞ୍ଜାମର ୧୨ ଜଣ, ମୟୂରଭଞ୍ଜର ୮ ଜଣ,ଅନୁଗୁଳର ୭ ଜଣ,କେନ୍ଦୁଝରର ୫ ଜଣ,ମାଲକାନଗିରି, ନୟାଗଡ ଓ ପୁରୀର ୪ ଜଣ ଲଖାଏଁ ସୁସ୍ଥ ହୋଇଛନ୍ତି। ସେହିଭଳି ବାଲେଶ୍ବର, ଦେବଗଡ ଓ ସୋନପୁରର ୨ ଜଣ ଲେଖାଏଁ ସୁସ୍ଥ  ହୋଇଛନ୍ତି ଓ ସୁନ୍ଦରଗଡର  ଜଣେ କରୋନାରୁ ଆରେଗ୍ୟ ଲାଭ କରିଛନ୍ତି। ଏହି ସୁସ୍ଥଙ୍କୁ  ମିଶାଇ  ବର୍ତ୍ତମାନ ସୁଦ୍ଧା  ଓଡିଶାରେ କରୋନାରୁ ସୁସ୍ଥ ହେଲେଣି ୩୭୨୦ ଜଣ।

ସେହିଭଳି  ଆଜି ରାଜ୍ୟରେ ୩୦୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଓଡ଼ିଶାରେ ମୋଟ ସଂକ୍ରମିତ ସଂଖ୍ୟା ୫୧୬୦ ଛୁଇଁଛି । ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଆକ୍ରାନ୍ତଙ୍କ ମଧ୍ୟରୁ ୨୭୨ ଜଣ କ୍ଵାରେଣ୍ଟୀନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୨ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାଯାଇଛି । କହିରଖିବା ଉଚିତ ହେବକି ଆଜି ରାଜ୍ୟରେ ବାହାରିଥିବା ନୂଆ ପଜିଟିଭ ୨୧ ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଯେବେକି ଏନଡିଆରଏଫ ଓ ଅଗ୍ନିଶମ ବିଭାଗରୁ ୪୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.