କରୋନାକୁ ଗାଁରେ ପଶାଇ ଦେବିନି, କାନ୍ଧରେ ସାନିଟାଇଜର ମେସିନ୍ ଧରି ସାନଖେମୁଣ୍ଡି ଆଡପଡା ସରପଞ୍ଚ କଲେ ଗାଁକୁ ସାନିଟାଇଜେସନ

ଗଞ୍ଜାମ(କେନ୍ୟୁଜ୍): କରୋନା କୁ ଡରିବା ନାହିଁ, ମୁକାବିଲା କରିବା। ଏହି ଲକ୍ଷ୍ୟ ନେଇ ସାହାସିକତା ର ସହିତ ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଆଡପଡା ସରପଞ୍ଚ ନିଳ ମାଧବ ରାଉତ ଆଜି ପଞ୍ଚାୟତ ରେ ଓ ମେଡିକାଲ ରେ ନିଜ କାନ୍ଧରେ ସେନିଟାଇଜର ମେସିନ୍ ଧରି ଔଷଧ ସିଞ୍ଚନ କରିଛନ୍ତି । ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ସାନଖେମୁଣ୍ଡି ବ୍ଲକ ଆଡପଡା ମେଡିକାଲ କିଛି କର୍ମଚାରୀ ଓ କିଛି ସ୍ଥାନୀୟ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ସେମାନଙ୍କୁ ଚିକିତ୍ସା ପାଇଁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଏହା ପରେ ସଂପୃକ୍ତ ଅଞ୍ଚଳ ରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଅପରପକ୍ଷରେ ମେଡିକାଲକୁ ରୋଗୀ ଆସିବା ସଂଖ୍ୟା ମଧ୍ୟ କମିବାରେ ଲାଗିଛି ।ଏହିପରି ସ୍ଥଳେ ସରପଞ୍ଚ ସେନିଟାଇଜର କରିବା ସହ ଭୟ ନ’କରି ସହଯୋଗ କରିବା ପାଇଁ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.