Below header

ସଲମାନ ଖାନ ଲଞ୍ଚ କରିପାରନ୍ତି ନିଜର ଟିଭି ଚ୍ୟାନେଲ ?

ମୁମ୍ବାଇ : ବଲିଉଡ଼ ଅଭିନେତା ସଲମାନ ଖାନ କେବଳ ବଡ଼ ପରଦା ନୁହଁ ଛୋଟ ପରଦା ଅର୍ଥାତ୍ ଟେଲିଭିଜନ ଦୁନିଆରେ ମଧ୍ୟ ବେଶ ଲୋକପ୍ରିୟତା ଅର୍ଜନ କରିଛନ୍ତି। ଏନେଇ ବିଗ୍-ବସ ଏବଂ ଦଶ କା ଦମ୍ ଭଳି ଦମଦାର ରିଆଲିଟି ଶୋକୁ ମଧ୍ୟ ହୋଷ୍ଟ କରିସାରିଛନ୍ତି। ସଲମାନ ଏବେ କପିଲ ଶର୍ମା ଶୋର ପ୍ରଜଯୋନା ଦାୟିତ୍ବରେ ରହିଥିବା ସହ ସଲମାନ ଆଉ ଏକ ନୂଆ ଖାତା ଖୋଲିବା ପ୍ରସ୍ତୁତିରେ ରହିଛନ୍ତି। ମିଡିଆ ରିପୋର୍ଟ ମୁତାବକ, ସଲମାନ କିଛି ଟେଲିଭିଜନ ଶୋକୁ ନେଇ ନିଜର ଭିନ୍ନ ଏକ ଚ୍ୟାନେଲ ପ୍ରସ୍ତୁତ କରିବା ପାଇଁ ଯାଉଛନ୍ତି।

Salman-Akshay

ରିପୋର୍ଟ ଅନୁଯାୟୀ, ସଲମାନଙ୍କୁ ତାଙ୍କ ଚ୍ୟାନେଲ ପାଇଁ ବହୁତ ପ୍ରକାରର କଣ୍ଟେଣ୍ଟର ଆବଶ୍ୟକତା ରହିଛି। ଟିଭି ପ୍ରଡୋକ୍ସନର ନାମ SKTV ରହିଥିବା ବେଳେ ସଲମାନଙ୍କ ଫିଲ୍ମ ପ୍ରଡୋକ୍ସନର ନାମ ସଲମାନ ଖାନ ଫିଲ୍ମ୍ସ ରହିଛି। ତେବେ ଆକଳନ କରାଯାଉଛି କି, ଯଦି ଭବିଷ୍ୟତରେ ସଳମାନ କୌଣସି ଚ୍ୟାନେଲ ଖୋଲନ୍ତି ତେବେ କପିଲଙ୍କ କମେଡି ଶୋ ମଧ୍ୟ ସେଥିରେ ପ୍ରସାରିତ ହୋଇପାରେ।

ନିଶ୍ଚିତ ପଢ଼ନ୍ତୁ: ପୁଣି ଫେରିଲେ ଡ୍ୟାନ୍ସିଂ ଅଙ୍କଲ: ଭାଇରାଲ ନୁହଁ ଏଥର ମ୍ୟୁଜିକ୍ ଭିଡିଓରେ ଆସିଲେ ନଜର

ଏହା ବ୍ୟତୀତ ସଲମାନ ତାଙ୍କ ପୋଷାକ ବ୍ରାଣ୍ଡ ‘ବିଙ୍ଗ ହ୍ୟୁମାନ’କୁ ପ୍ରସାରିତ କରି ‘ବିଙ୍ଗ ଚିଲଡ୍ରେନ’ ପାଇଁ କାମ କରିବାକୁ ଯାଉଛନ୍ତି ବୋଲି କୁହାଯାଉଛି। ଯେଉଁଥିରେ ପ୍ରି ପ୍ରାଇମେରୀରୁ ଆରମ୍ଭ କରି ଡେକେୟାର ଅକ୍ଟିଭିଟିଜ ମଧ୍ୟ ସାମିଲ ରହିବ ବୋଲି କୁହାଯାଉଛି। ତେବେ ଏହି ସମସ୍ତ ଉପରେ କୌଣସି ଆଧିକାରୀକ ସୂଚନା ମିଳିନାହିଁ। ତେବେ ସଲମାନ ଏନେଇ ଆଲୋଚନା କରୁଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.