Below header

ଆଓ୍ଵାର୍ଡ ଶୋରେ ସୁଶାନ୍ତଙ୍କୁ ଏମିତି ତାରିଫ କଲେ ସାରା, ଏବେ ଭାଇରାଲ ହେଉଛି ଥ୍ରୋବ୍ୟାକ୍‌ ଭିଡିଓ

ବଲିଉଡ୍‌ ଆକ୍ଟ୍ରେସ ସାରା ଅଲ୍ଲୀ ଖାନ୍‌ ଏବେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଆକ୍ଟ୍ରେସ ଫିଲ୍ମ କେଦାରନାଥ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ଯେଉଁଥିରେ ସେ ସୁଶାନ୍ତ ସିଂହ ରାଜପୁତଙ୍କ ସହିତ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ସୁଶାନ୍ତଙ୍କ ସହିତ ସାରାଙ୍‌କ କେମେଷ୍ଟ୍ରୀ ମଧ୍ୟ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା। ଏବେ କିନ୍ତୁ ସାରା ଅଲ୍ଲୀ ଖାନଙ୍କର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ତାଙ୍କ ଫ୍ୟାନପେଜ୍‌ ସେୟାର କରିଛନ୍ତି।

sara sushantଏହି ଭିଡିଓରେ ସାରା ନିଜର ସଫଳତା ପାଇଁ ସୁଶାନ୍ତ ସିଂହ ରାଜପୁତଙ୍କୁ ଧନ୍ୟବାଦ କରୁଥିବାର ନଜର ଆସୁଛନ୍ତି। କେବଳ ଏତିକି ନୁହେଁ ଭିଡିଓରେ ସାରା ଅଲ୍ଲୀ ଖାନ ନିଜ କୋ-ଷ୍ଟାର ସୁଶାନ୍ତଙ୍କୁ ଖୁବ୍‌ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି।

ଆକ୍ଟ୍ରେସ ଏହି ଭିଡିଓରେ ଫିଲ୍ମଫେୟାର ଆଓ୍ଵାର୍ଡ ଠାରୁ ନେଇ ଜି ସିନେ ଆଓ୍ଵାର୍ଡ ପଯ୍ୟର୍ନ୍ତରେ ସୁଶାନ୍ତ ସିଂହ ରାଜପୁତଙ୍କୁ ଧନ୍ୟବାଦ ଦେଉଥିବା ଦେଖିବାକୁ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.