ପୁରୀ (କେନ୍ୟୁଜ୍) : ଏବେ ଜନପ୍ରତିନିଧିଙ୍କ ପାଖରେ କରୋନା। ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ସେ ନିଜେ ଏହା ବିଷୟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ‘ଆଜି ମୋର COVID-19 Positive ଆସିଛି ମୁଁ ସଙ୍ଗରୋଧରେ ଅଛି ଏବଂ ସମସ୍ତଙ୍କୁ ଅନୁରୋଧ କରୁଛି ମୋର ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ତାଙ୍କର କରୋନା ପରୀକ୍ଷା କରିନିଅନ୍ତୁ ଏବଂ ସଙ୍ଗରୋଧରେ ରୁହନ୍ତୁ।’