ସୁରକ୍ଷା ସତ୍ତ୍ୱେ କରୋନା ଭାଇରସର ଶିକାର ହେଲେ ସାଉଥ ଅଭିନେତ୍ରୀ ଶ୍ରୁତି ହାସନ, ସେୟାର କଲେ ପୋଷ୍ଟ

ବଲିଉଡ ଅଭିନେତ୍ରୀ ଶ୍ରୁତି ହାସନ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଇନଷ୍ଟାଗ୍ରମାରେ ଶ୍ରୁତି ନିଜେ ପୋଷ୍ଟ କରି ଜଣାଇଛନ୍ତି। ଶ୍ରୁତି ପୋଷ୍ଟ କରି କହିଛନ୍ତି, ସମସ୍ତଙ୍କୁ ନମସ୍କାର, ଏହା କୌଣସି ମଜା କଥା ନୁହେଁ। ସମସ୍ତ ସୁରକ୍ଷା ସାତ୍ତ୍ୱ ମୁଁ କୋଭିଡ ପଜିଟିଭ ଚିହ୍ନଟ ହୋଇଛି। ମୁଁ ଠିକ୍ ଅଛି, ଖୁବଶୀଘ୍ର ଆପଣଙ୍କ ସହିତ ସାକ୍ଷାତ ହେବ। ଶ୍ରୁତି ନିକଟରେ ପ୍ରାଇମ ଭିଡିଓରେ ରିଲିଜ ହୋଇଥିବା େଓ୍ଵବ ସିରିଜ ‘ବେଷ୍ଟସେଲର’ଜରିଆରେ ଓଟିଟି ଡେବ୍ୟୁ କରିଛନ୍ତି।
କୋଭିଡ ସମୟରେ ସାବଧାନତାର ସହିତ କାମ କରିବା ପାଇଁ ସମସ୍ତଙ୍କୁ କହୁଥିଲେ ଶ୍ରୁତି। କୋଭିଡ ବେଳେ କାମ କରିବା ବହୁତ ବଡ ଚ୍ୟାଲେଞ୍ଜ ମଧଦ୍ୟ ରହିଥିଲା। କିନ୍ତୁ ଏହା ମଧ୍ୟରେ ସେମାନେ କାମ କରୁଥିଲେ ଏବଂ ସୁଟିଂ ମଧ୍ୟ କରୁଥିଲେ।
View this post on Instagram
ସୂଚନାଯୋଗ୍ୟ, ଶ୍ରୁତି ନିଜ କ୍ୟାରିଅର ମାତ୍ର ୬ ବର୍ଷ ବୟସରୁ ଆରମ୍ଭ କରିଥିଲେ। ସେ ନିଜର ପ୍ରଥମ ଗୀତ ପିତା କମଲ ହାସନଙ୍କ ଫିଲ୍ମ ତେଓ୍ଵର ମଗନରୁ ଆରମ୍ଭ କରିଥିଲେ। ପ୍ରଥମ ଥର ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଇମ୍ରାନ ଖାନଙ୍କ ସହିତ ବଲିଉଡରେ ଡେବ୍ୟୁ କରିଥିଲେ।