ରକ୍ତ ଚାପକୁ ନିୟନ୍ତ୍ରଣ କରିବା ସହ ଥାଇରଏଡ ରୋଗର ଉପଶମ ଦେଇଥାଏ ପଣସ, ଜାଣନ୍ତୁ ଏହାର ଅନେକ ଲାଭ ବିଷୟରେ …

ଅଧିକାଂଶ ଲୋକଙ୍କୁ ପଣସ ଖାଇବାକୁ ଭଲ ଲାଗିଥାଏ। ତାହା ପାଚିଲା ହେଉ ଅବା କଞ୍ଚା। ପଣସ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ଏଥିରେ ବହୁ ପ୍ରକାରର ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି। ପଣସରେ ଭିଟାମିନ୍‌ ଏ, ବି୬, ସି, କ୍ୟାଲସିୟମ୍‌, ପୋଟାସିୟମ୍‌,ମ୍ୟାଗ୍ନେସିୟମ୍‌, ଆଇରନ୍‌,ଫଲିକ ଏସିଡ୍‌, ଥାୟାମିନ୍‌ ଏବଂ ନିୟାମିନ୍‌ ପରି ଭଳି ଅନେକ ପୋଷକ ତତ୍ତ୍ବ ଥାଏ। ତେବେ ପଣସ ଶରୀର ପାଇଁ କିପରି ସ୍ବାସ୍ଥ୍ୟପ୍ରଦ, ଆସନ୍ତୁ ଜାଣିବା।

ପଣସ ରେ ପ୍ରଚୁର ପରିମାଣ ରେ ପୋଷୋକତତ୍ୱ ଭରି ରହିଛି ଋତୁ ଅନୁସାରେ ଏହାକୁ ଖାଇବା ନିତ୍ୟାନ୍ତ ଆବଶ୍ୟକ। ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ବ ଭରପୁର ଥିବା ପଣସ ଖାଇଲେ ଶରୀରରେ କର୍କଟ ପ୍ରତିରୋଧି ଶକ୍ତି ବୃଦ୍ଧି ହୁଏ । ନେଦରଲ୍ୟାଣ୍ଡର ଏକ କର୍କଟ ଆରୋଗ୍ୟ ଚିକିତ୍ସାଳୟ ରେ ରୋଗୀ ଙ୍କୁ ସତେଜ ପଣସ ଖାଇବାକୁ ଦିଆଯାଏ। ଡାକ୍ତରଙ୍କ ମତରେ ରୋଗୀ ମାନେ ଏହି ଫଳଟି ଖାଇଲେ ଶରୀରକୁ ଶକ୍ତି ମିଳିବା ସହ ଖାଦ୍ୟ ମଧ୍ୟ ଭଲ ଭାବେ ହଜମ ହୁଏ ।

ଯକୃତ ପାଇଁ ପଣସ ପୋଷୋକତତ୍ୱ ଔଷଧ ଭାବେ କାମ କରେ। ଅନୁଧ୍ୟାନରୁ ଜଣାପଡିଛି ଯେ ମେଦବହୁଳ ରୋଗୀ ,କର୍କଟ ରୋଗୀ ,ହୃଦରୋଗୀ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧାରିବା ନିମନ୍ତେ ମଧ୍ୟ ପାଚିଲା ପଣସର ପ୍ରୋଟିନ ଭଲ ଭାବେ କାମ କରେ। ଜାପାନୀ ମହିଳାମାନେ ତ୍ୱଚା ଭାଙ୍ଗରୁ ବର୍ତ୍ତିବା ପାଇଁ ଏହି ଫଳକୁ ଋତୁ ଅନୁସାରେ ନିୟମିତ ଭାବେ ଖାଉଥିବାର ଜଣାପଡିଛି।

ଅନ୍ୟ ଏକ ଗୁରୁତ୍ୱପୁର୍ଣ କଥା ହେଉଛି କଞ୍ଚା ବା ପାଚିଲା ପଣସର ତତ୍ୱ ମାନସିକ ଚାପ ,ଅବସାଦ କୁ ମଧ୍ୟ କମ କରେ। ଭିଟାମିନ ଏ ଭରପୁର ପଣସ ଖାଇଲେ ଦୃଷ୍ଟି ଶକ୍ତି ଭଲ ରୁହେ ବୋଲି ବିଶେଷଜ୍ଞ କହିଛନ୍ତି। ପୋଟାସିୟମର ଉତ୍ତମ ଉତ୍ସ ଭାବେ ଜଣାଯାଉଥିବା ପଣସ ରକ୍ତ ଚାପକୁ ନିୟନ୍ତ୍ରଣ କରିବା ସହ ଶରୀରରେ କୋଲେଷ୍ଟରଲ ସ୍ତରକୁ କମ କରେ। ଓଜନ କମ କରିବାକୁ ଚାଁହୁଥିବା ଲୋକେ ଖାଦ୍ୟ ତାଲିକା ରେ ପଣସକୁ ବି ସାମିଲ କରିପାରିବେ।

ପଣସରେ ଥିବା ଆଣ୍ଟି ଅକ୍ସିଡାଣ୍ଟ, ଆଇରନ ଏବଂ ମ୍ୟାଗ୍ନେସିୟମ୍‌ କେଶ ପାଇଁ ବହୁ ଉପକାରୀ ହୋଇଥାଏ। କେଶଜନିତ ସମସ୍ତ ସମସ୍ୟାରୁ ସମାଧାନ ମିଳିଥାଏ। ପଣସରେ ଥିବା ମ୍ୟାଗ୍ନେସିୟମ୍‌ ଏବଂ ପୋଟାସିୟମ୍‌ ଦ୍ବାରା ଶରୀରରେ ଶକ୍ତି ବୃଦ୍ଧି ପାଇଥାଏ।

ପଣସରେ ମ୍ୟାଗ୍ନେସିୟମ୍‌,ପୋଟାସିୟମ୍‌, ଆଇରନ୍‌,କ୍ୟାଲସିୟମ ଓ ଫଲିକ୍‌ ଏସିଡ୍‌ ପ୍ରଚୁର ମାତ୍ରାରେ ଥିବାରୁ, ଥାଇରଏଡ୍‌ ରୋଗୀଙ୍କ ପାଇଁ ଏହା ବହୁତ ହିତକାରୀ ହୋଇଥାଏ।

 

Also Read : ଚର୍ମରେ କୁଞ୍ଚନ ଯୋଗୁ ଅବସାଦରେ ଅଛନ୍ତି କି, ଖାଆନ୍ତୁ ଏହି ସବୁ ଜିନିଷ ଦେଖାଯିବେ ୟଙ୍ଗ