Below header

ଜିୟା ଖାନ ମୃତ୍ୟୁ ମାମଲା: ୧୦ ବର୍ଷ ପରେ ଆସିଲା ରାୟ, ସୂରଜ ପାଞ୍ଚୋଲି ନିର୍ଦ୍ଦୋଷ

ଜିୟା ଖାନ ମୃତ୍ୟୁ ମାମଲା। ୧୦ ବର୍ଷ ପରେ ଆସିଲା ରାୟ, ସୂରଜ ପାଞ୍ଚୋଲି ନିର୍ଦ୍ଦୋଷ । ସୂଚନା ମୁତାବକ, ବଲିଉଡ୍‌ ଅଭିନେତ୍ରୀ ଜିୟା ଖାନ ୧୦ ବର୍ଷ ତଳେ ନିଜ ଆପାର୍ଟମେଣ୍ଟରେ ମୃତ ଅବସ୍ଥାରେ ମିଳିଥିଲେ ।

ଜିୟା ଖାନ ମୃତ୍ୟୁ ମାମଲା। ୧୦ ବର୍ଷ ପରେ ଆସିଲା ରାୟ, ସୂରଜ ପାଞ୍ଚୋଲି ନିର୍ଦ୍ଦୋଷ। ସୂଚନା ମୁତାବକ, ବଲିଉଡ୍‌ ଅଭିନେତ୍ରୀ ଜିୟା ଖାନ ୧୦ ବର୍ଷ ତଳେ ନିଜ ଆପାର୍ଟମେଣ୍ଟରେ ମୃତ ଅବସ୍ଥାରେ ମିଳିଥିଲେ । ଏତେ ବର୍ଷ ବିତିଯିବା ପରେ ମଧ୍ୟ ଅଭିନେତ୍ରୀଙ୍କ ମୃତ୍ୟୁ ରହସ୍ୟ ଏ ପର୍ଯ୍ୟନ୍ତ ଉନ୍ମୋଚିତ ହୋଇପାରିନଥିଲା । ଜିୟାଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ଏକ ୬ ପୃଷ୍ଠା ବିଶିଷ୍ଟ ସୁଇସାଇଟ୍‌ ନୋଟ୍‌ ମିଳିଥିଲା । ଏହାପରଠାରୁ ଜିୟାଙ୍କ ମା’ ନିଜ ଝିଅକୁ ନ୍ୟାୟ ଦେବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଆସୁଥିଲେ। ଏବେ ସିବିଆଇର ବିଶେଷ ଜଜ୍‌ ଏଏସ୍‌ ସୟୈଦ ଆଜି ଏହି ମାମଲାରେ ଅନ୍ତିମ ନିଷ୍ପତ୍ତି ଶୁଣାଇଛନ୍ତି ।

ତେବେ ମୁମ୍ବାଇ ପୋଲିସ ଜିୟା ମୃତ୍ୟୁ ମାମଲାରେ ସୂରଜ ପାଞ୍ଚୋଲିଙ୍କୁ ଗିରଫ ମଧ୍ୟ କରିଥିଲା ଏବଂ ୨ ସପ୍ତାହ ପରେ ତାଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା । ୨୦୧୪ରେ ଜିୟାଙ୍କ ମୃତ୍ୟୁ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା ।

jia

ଅଭିନେତ୍ରୀଙ୍କ ମା’ ରାବିଆ ଖାନ ତାଙ୍କ ଝିଅର ହତ୍ୟା ନେଇ ସୂରଜ ପାଞ୍ଚୋଲିଙ୍କ ଉପରେ ଅଭିଯୋଗ ଆଣିଥିଲେ। କିନ୍ତୁ ଆଇନ ଏହାକୁ ଆତ୍ମହତ୍ୟା ବୋଲି କହିଛି । ରବିଆ ବମ୍ବେ କୋର୍ଟରେ ଏଥିପାଇଁ ପିଟିସନ ବି ଦାଖଲ କରିଥିଲେ, ଯାହାକୁ କୋର୍ଟ ଖାରଜ କରିଦେଇଥିଲେ । କୋର୍ଟଙ୍କ ତରଫରୁ କୁହାଯାଇଥିଲା କି, ସିବିଆଇ ଦ୍ୱାରା ଏହି ମାମଲାରେ ଗମ୍ଭୀର ତଦନ୍ତ କରାଯାଇଛି, ଯେଉଁଥିରେ ଜିୟା ଆତ୍ମହତ୍ୟା କରିଥିବା ସାମ୍ନାକୁ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.