ଗୁହାଳରୁ ଗୋରୁଙ୍କ କାମ ସାରି ଘରକୁ ଫେରୁଥିବା ବେଳେ ପଡିଲା ବଜ୍ର: ଚାଲିଗଲା ଚାଷୀଙ୍କ ଜୀବନ
ପିପିଲି ତେଇଶିପୁର ପଞ୍ଚାୟତର ପୋଡଙ୍ଗ ଗ୍ରାମରେ ବଜ୍ରପାତରେ ଚାଷୀ ମୃତ।
ପିପିଲି (କେନ୍ୟୁଜ): ବଜ୍ରପାତରେ ଚାଷୀ ମୃତ। ମୃତକ ହେଲେ ପିପିଲି ତେଇଶିପୁର ପଞ୍ଚାୟତର ପୋଡଙ୍ଗ ଗ୍ରାମର ଜାପାନୀ ଗୁରୁ। ବ୍ୟକ୍ତି ଜଣଙ୍କ ଗୁହାଳରୁ ଗୋରୁଙ୍କ କାମ ସାରି ଘରକୁ ଫେରୁଥିବା ବେଳେ ବଜ୍ରପାତ ଘଟିଥିଲା। ଫଳରେ ସେଠାରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା।