ବଜାରରେ ମିଳୁଛି ହୀରା ଦାନ୍ତ, ଦାମ ରହିଛି ୪୦ ଲକ୍ଷ ଟଙ୍କା

ବଜାରକୁ ଆସିଛି ହୀରା ଦାନ୍ତ, ସୁରତରେ ତିଆରି ହେଉଥିବା ଏହି ଡିନ୍ଚରର ଦାମ ରହିଛି ୪୦ ଲକ୍ଷ ଟଙ୍କା, ଆପଣ ବି ଚାହିଁଲେ କରିପାରିବେ ବୁକ୍‌ । ସୁରତରେ ଥିବା ଗହଣା ବେପାରୀ ସୁନା ଓ ଚାନ୍ଦୀରେ ନକଲି ଦାନ୍ତ ତିଆରି କରି ତାକୁ ବିଦେଶରେ ଥିବା ବଜାରରେ ବିକ୍ରି କରିଥାନ୍ତି ବୋଲି ସୂଚନା ମିଳିଛି। ଏବେ ସହରର ଗହଣା ବେପାରୀ ହୀରାର ନକଲି ଦାନ୍ତ ତିଆରି କରିଛନ୍ତି ଯାହାର ଦାମ ରହିଛି ୨୫ ରୁ ୪୦ ଲକ୍ଷ ଟଙ୍କା।

ଡାଇମଣ୍ଡ ବା ହୀରା। ନାଁ ଶୁଣିଲେ ଲାଗେ ଯେମିତି ଏହା ସମସ୍ତେ କିଣିବା ସତେ ସମ୍ଭବ ନୁହେଁ। ସବୁଠୁ ମୂଲ୍ୟବାନ ରତ୍ନ ବା ପଥର । ଯାହାକୁ କିଣିବା ପାଇଁ ଅନେକ ସ୍ୱପ୍ନ ଦେଖିଥାନ୍ତି। କିନ୍ତୁ ପୂରଣ ହୁଏ କିଛି ଜଣଙ୍କର..ଡାଇମଣ୍ଡ ରିଙ୍ଗ ଠୁ ଆରମ୍ଭ କରି ନେକଲେସ୍‌ ପର୍ଯ୍ୟନ୍ତ..ଏହାକୁ ପିନ୍ଧିବା ପାଇଁ ଥାଏ ସମସ୍ତଙ୍କ ସ୍ୱପ୍ନ। ଦୁନିଆରେ ଯାହା ପାଖରେ ଏହି ପଥର ଅଛି ତାକୁ ଧନୀ ଶ୍ରେଣୀରେ ଗଣାଯାଏ। ଅନେକ ବ୍ୟବସାୟୀ ଏହାକୁ ନେଇ ବିଜନେସ କରନ୍ତି। ତେବେ ଆମ ଦେଶରେ ଅନେକ ଲୋକ ଅଛନ୍ତି ଯିଏ କି ଏହି ବ୍ୟବସାୟ କରିଥାନ୍ତି।

ଏମିତିରେ ଆମେ ଦେଖିଲେ ପ୍ରତ୍ୟେକଟି ସ୍ଥାନରେ ଲୋକମାନେ ଯେଉଁ କାମ କରନ୍ତି ତାହା ପରିଚିତ ହେଲେ ସ୍ଥାନ ନାଁ ଟି ମଧ୍ୟ ଜଣାପଡ଼େ। ଏଇ ଯେମିତି ସୁରତ। ସୁରତକୁ ହୀରାର ସହର କୁହାଯାଏ। ଏଠାରେ ଅନେକ ଲୋକ ଏହାକୁ ନେଇ ବ୍ୟାପାର କରନ୍ତି। ବିଦେଶରେ ହୀରାରେ ପ୍ରସ୍ତୁତ ସମସ୍ତ ଅରନାମେଣ୍ଟସ ବା ଅଳଙ୍କାର ର ବହୁତ ଡିମାଣ୍ଡ ରହିଛି।ସୁରତରେ ଏବେ ଏକ ଏଭଳି ଖବର ସାମ୍ନାକୁ ଆସିଛି ଯାହାକି ପୂରା ଚର୍ଚ୍ଚାରେ ରହିଛି।

ସୁରତରେ ଥିବା ଗହଣା ବେପାରୀ ସୁନା ଓ ଚାନ୍ଦୀରେ ନକଲି ଦାନ୍ତ ତିଆରି କରି ତାକୁ ବିଦେଶରେ ଥିବା ବଜାରରେ ବିକ୍ରି କରିଥାନ୍ତି ବୋଲି ସୂଚନା ମିଳିଛି। ଏବେ ସହରର ଗହଣା ବେପାରୀ ହୀରାର ନକଲି ଦାନ୍ତ ତିଆରି କରିଛନ୍ତି ଯାହାର ଦାମ ରହିଛି ୨୫ ରୁ ୪୦ ଲକ୍ଷ ଟଙ୍କା।

ଏଠାରେ ତିଆରି ହୋଇଥିବା ଡିନଚର ରେ ୧୬ ଦାନ୍ତ ରହିଛି। ୮ଟି ଉପରେ ଓ ୮ଟି ତଳେ ରହିଛି। ଡିନ୍ଚର ରେ ସୁନା ଓ ଚାନ୍ଦି ବ୍ୟତିତ ପାଖାପାଖି ୨୦୦୦ ହୀରା ର ବ୍ୟବହାର କରାଯାଇଛି। ଡିନ୍ଚର ର ଡିଜାଇନ ଗ୍ରାହକଙ୍କ ଇଚ୍ଛା ଅନୁସାରେ ରଖାଯାଇପାରିବ। କିଛି ଜଣ ତ ହାର୍ଟ ସେପ୍‌ ମଧ୍ୟ ପସନ୍ଦ କରୁଥିବାର ଜଣାପଡ଼ିଛି। ଅନ୍ୟ କିଛି ବନ୍ଧୁକ ର ଆକାର କୁ ମଧ୍ୟ ପସନ୍ଦ କରୁଛନ୍ତି।

ଗହଣା ଆଦି କୁ ଦେଖିଲେ ଏବେ ହୀରାର ଡିନ୍ଚରକୁ ମଧ୍ୟ ସେହିଭଳି ଅର୍ଣ୍ଣାମେଣ୍ଟ ଭଳି ଦେଖାଯାଉଛି। ଯେମିତିକି ଏହାକୁ ଆପଣ ଗହଣା ରୂପେ ପିନ୍ଧି ପାରିବେ। ଏହି ଖାସ ଡିନ୍ଚରରେ ଚାନ୍ଦି ବ୍ୟତିତ ୧୦,୧୪ ଓ ୧୮ କ୍ୟାରେଟ ସୁନାର ବ୍ୟବହାର କରାଯାଉଛି।

ଚାନ୍ଦି ଓ ମୋନୋଜୋନାଇଟ ହୀରାରେ ତିଆରି ହୋଇଥିବା ୧୬ ଟି ଦାନ୍ତ ଥିବା ଡିନ୍ଚର ର ଦାମ ପାଖାପାଖି ୧ ଲକ୍ଷ ଟଙ୍କା ରହିଛି। ସୁନା କୁ ନେଇ ଲ୍ୟାବରେ ତିଆରି ହୋଇଥିବା ଏହି ଡିିନ୍ଚର ର ଦାମ ୫ ଲକ୍ଷ ଟଙ୍କା ରହିଛି। ଉଭୟ ସୁନା ଓ ହୀରାରେ ପ୍ରସ୍ତୁତ ଡିନ୍ଚର ଦାମ ୨୫ରୁ ୪୦ ଲକ୍ଷ ଭିତରେ ରହିଛି। ଏହାର ଓଜନ ମଧ୍ୟ ୨୫ରୁ ୪୦ ଗ୍ରାମ ରହିଛି।

ସବୁଠୁ ବଡ଼ କଥା ହେଉଛି ଏହା ବିଦେଶରେ ଡିମାଣ୍ଡ ବହୁତ ରହିଛି। ତେଣୁ ସୁରତରେ ଡିନ୍ଚର ତିଆରି କରୁଥିବା ବେପାରୀ ପ୍ରଥମେ ବିଦେଶୀ ଗ୍ରାହକଙ୍କୁ ତାଙ୍କ ସାଇଜ ପଚାରନ୍ତି। ପରେ ଏହି ସାଇଜର ଡିନ୍ଚର ପାଇଁ ଏକ ପିଓପି ବେସ୍‌ ତିଆରି କରନ୍ତି। ଡିନଚର ର ଫ୍ରେମ ସୁନା କିମ୍ବା ଚାନ୍ଦିରେ ତିଆରି ହୋଇଥାଏ। ପରେ ଏଥିରେ ହୀରା ଲଗାଯାଏ। ପରେ ଏହାକୁ ଡିନ୍ଚର ଭିନ୍ନ ଭିନ୍ନ ପାଟର୍ଣ୍ଣ ରେ ଆକାର ଦିଆଯାଏ। କିଛି ଗ୍ରାହକ ହୀରା ବଦଳରେ ଦାନ୍ତରେ ନିଜ ଫଟୋ ତଥା ଛବି ଅବା ନିଜ ନାମ ଥିବାର ପସନ୍ଦ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.