5G ନେଟୱାର୍କ ଶୀଘ୍ର ଫୋନ ବ୍ୟାଟେରୀ ସାରୁଥିଲେ ଏପରି କରନ୍ତୁ ସେଟିଂ ରେ ପରିବର୍ତ୍ତନ, ମିଳିବ ବଢିଆ ଫାଇଦା

ଆପଣ ଦିନକୁ କେତେ ଥର ଫୋନ୍ ଚାର୍ଜ କରୁଛନ୍ତି? କ'ଣ ଆପଣଙ୍କ ଫୋନ୍ ବ୍ୟାଟେରୀ ଶୀଘ୍ର ସରିଯାଉଛି? ଯଦି ହଁ ତାହେଲେ ଏହି ଖବର ଆପଣଙ୍କ ପାଇଁ ନିହାତି ଜରୁରୀ । 5G ନେଟୱାର୍କ ଶୀଘ୍ର ଫୋନ ବ୍ୟାଟେରୀ ସାରୁଥିଲେ ଏପରି କରନ୍ତୁ ସେଟିଂ ରେ ପରିବର୍ତ୍ତନ, ମିଳିବ ବଢିଆ ଫାଇଦା

ଆପଣ ଦିନକୁ କେତେ ଥର ଫୋନ୍ ଚାର୍ଜ କରୁଛନ୍ତି? କ’ଣ ଆପଣଙ୍କ ଫୋନ୍ ବ୍ୟାଟେରୀ ଶୀଘ୍ର ସରିଯାଉଛି? ଯଦି ହଁ ତାହେଲେ ଏହି ଖବର ଆପଣଙ୍କ ପାଇଁ ନିହାତି ଜରୁରୀ । ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଫୋନ୍ ବ୍ୟାଟେରୀ ଶୀଘ୍ର ସରିଯିବା ପଛରେ ନେଟୱାର୍କ ସହ ଅନ୍ୟାନ୍ୟ କାରଣ ମଧ୍ୟ ହୋଇପାରେ। ମୋବାଇଲ ଫୋନ ବ୍ୟବହାର କରୁଥିବା କିଛି ୟୁଜର୍ସ ଭାବନ୍ତି ଯେ ଏବେ ନୂଆ 5G କାରଣରୁ ସେମାନଙ୍କ ଫୋନ ବ୍ୟାଟେରୀ ଶୀଘ୍ର ଶେଷ ହୋଇଯାଉଛି। ଏହା ସତ ଯେ 5G ହେଉଛି ଏକ ନୂଆ ନେଟୱାର୍କ ବ୍ୟବସ୍ଥା ଯାହା କାରଣରୁ ଅଧିକ ଚାର୍ଜ ଲାଗିଁଥାଏ । ଗତ ବର୍ଷ ଅକ୍ଟୋବରରୁ ଦେଶରେ 5G ସେବାର ଆରମ୍ଭ ହୋଇଥିଲା। 4G ତୁଳନାରେ 5G ଅଧିକ ବେଗରେ ଚାଲିବ କୁହାଯାଉଥିଲା। ଏବେ ଦେଶର ପ୍ରାୟ ସମସ୍ତ ରାଜ୍ୟରେ ମୋବାଇଲ ନେଟୱାର୍କ ସେବା ଆରମ୍ଭ ହୋଇସାରିଛି। ପ୍ରଥମେ ଦେଶର ଦିଲ୍ଲୀ, କୋଲକାତା, ଚେନ୍ନାଇ, ମୁମ୍ବାଇ, ଅହମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ଼, ଗାନ୍ଧୀନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, ଲକ୍ଷ୍ନୌ, ପୁଣେ ଭଳି ମହାନଗରୀରେ ଆରମ୍ଭ ହୋଇଥିଲା 5G ସେବା।

ଏହି ସେବା ଲଞ୍ଚ ହେବା ଅବସରରେ କୁହାଯାଇଥିଲା 5G, 3G ଓ 4G ଠାରୁ ବେଶୀ ଭଲ ସ୍ପୀଡ଼ ରେ କାମ କରିବ। ଯାହାକୁ ନେଇ ଲୋକଙ୍କର ଆଶା ଥିଲା । କିନ୍ତୁ ଏସବୁ ସମସ୍ୟା କାରଣରୁ ପ୍ରାୟ ସମସ୍ତେ 4G ବ୍ୟବହାର କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି କିଛି ଲୋକ 4G ନେଟୱାର୍କ ବ୍ୟବହାର କରିବାକୁ ଇଚ୍ଛା ବଳାଉଛନ୍ତି । ଯଦି ଆପଣ 5G ନେଟୱାର୍କ ପରିବର୍ତ୍ତନ କରି 4G ନେଟୱାର୍କ ବ୍ୟବହାର କରୁଛନ୍ତି, ତାହେଲେ ଆପଣଙ୍କୁ ଆଉ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଆମେ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଫୋନ ବ୍ୟବହାରୀଙ୍କୁ 5G ରୁ 4G ନେଟୱାର୍କ କିପରି ପରିବର୍ତ୍ତନ କରିବେ ସେ ସମ୍ପର୍କରେ ଜଣାଇବୁ ।

ଆଣ୍ଡ୍ରଏଡ୍ ୟୁଜର୍ସ 5G ରୁ 4G ନେଟୱାର୍କ କିପରି ବଦଳାଇବେ ଜାଣନ୍ତୁ :

-ପ୍ରଥମେ ଆପଣଙ୍କ ଆଣ୍ଡ୍ରଏଡ୍ ଫୋନ ସେଟିଂ ଅପସନ୍ ଓପନ କରନ୍ତୁ
-ସେଟିଂ ଅପସନ୍ ରେ ଆପଣଙ୍କୁ ‘ନେଟୱାର୍କ ଏବଂପରେ ଇଣ୍ଟରନେଟ୍’ ସେଟିଙ୍ଗ କୁ ଯାନ୍ତୁ
-ଏହା ପରେ ଆପଣଙ୍କୁ ମୋବାଇଲ୍ ନେଟୱାର୍କ ଅପସନ୍ ଭିତରକୁ ଯିବାକୁ ପଡିବ
-ମୋବାଇଲ୍ ନେଟୱାର୍କ ଅପସନ୍ ଠାରେ ଆପଣଙ୍କୁ ‘ପ୍ରଥମ ନେଟୱାର୍କ’ ଚୟନ କରିବାକୁ ପଡିବ ଏବଂ ତାପରେ ‘4G’ ବାଛିବାକୁ ହେବ

ଏବେ ଜାଣନ୍ତୁ ଆଇଫୋନ ୟୁଜର୍ସ 5G ରୁ 4G ନେଟୱାର୍କ କିପରି ବଦଳାଇବେ:

– ପ୍ରଥମେ ଆଇଫୋନ ଫୋନ ସେଟିଂ ଅପସନ୍ ପାଖକୁ ଯାଆନ୍ତୁ
-ଏଠାରେ ଆପଣ ‘ସେଲୁଲାର୍ ଡାଟା ଅପ୍ସନ୍’ ପାଇବେ। ଏହା ଉପରେ ଆପଣ ଟ୍ୟାପ୍ କରନ୍ତୁ।
-ବର୍ତ୍ତମାନ ଆପଣ ‘ଭଏସ୍ ଆଣ୍ଡ୍ ଡାଟା’ ଦେଖିବେ। ଏହା ଉପରେ ଟ୍ୟାପ୍ କରନ୍ତୁ।
– ଏଠାରେ ଆପଣ 5G, 4G କିମ୍ବା ବିକଳ୍ପ ଚୟନ କରିପାରିବେ। ଯଦି ଆପଣ 4G ପାଖକୁ ଫେରିବାକୁ ଚାହୁଁଛନ୍ତି 4G ଅପସନ କୁ କ୍ଲିକ କରନ୍ତୁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.