ଗୋଳାବାରୁଦ କାରଖାନାରେ ବିସ୍ଫୋରଣ, ୨ ଗୁରୁତର; ମୁହଁ ଓ ଆଖିରେ ଲାଗିଛି ଗଭୀର ଆଘାତ
ବଡମାଳ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ। ୨ କର୍ମଚାରୀ ଗୁରୁତର। ୨ ଗୁରୁତର ହେଲେ ସରୋଜ ପଣ୍ଡା, ଗୌତମ ମହାନନ୍ଦ ।
ବଲାଙ୍ଗୀର (କେନ୍ୟୁଜ): ବଡମାଳ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ । ୨ କର୍ମଚାରୀ ଗୁରୁତର । ୟୁନିଟ-୩ କେମିକାଲ ମିଶ୍ରଣ ବେଳେ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୨ ଗୁରୁତର ହେଲେ ସରୋଜ ପଣ୍ଡା, ଗୌତମ ମହାନନ୍ଦ । ଦୁଇଜଣ ଯାକ ବରିଷ୍ଠ ଟେକ୍ନିସିଆନ ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ରାଉରକେଲା ଆରଜିଏଚକୁ ସ୍ଥାନାନ୍ତର କରାଯାଇଛି । ବିସ୍ଫୋରଣରେ ମୁହଁ ଓ ଆଖିରେ ଗଭୀର ଆଘାତ ଲାଗିଛି ।