Below header

ଏସିଆ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର କ୍ବାର୍ଟରଫାଇନାଲ୍‌ରେ ଏଚ୍‌ଏସ୍‌ ପ୍ରଣୟ ଓ ପିଭି ସନ୍ଧୁ

ଏସିଆ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର କ୍ବାର୍ଟରଫାଇନାଲ୍‌ରେ ଏଚ୍‌ଏସ୍‌ ପ୍ରଣୟ ଓ ପିଭି ସନ୍ଧୁ। ଭାରତୀୟ ତାରକା ଏଚ୍‌ଏସ୍‌ ପ୍ରଣୟ ଓ ପିଭି ସନ୍ଧୁଙ୍କ ସହ ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ- ଚିରାଗ ସେଟ୍ଟୀ ଏବଂ ମିଶ୍ରିତ ‌ଯୁଗଳ ଯୋଡ଼ି ରୋହନ କାପୁର-ସିକ୍କି‌ ରେଡ୍ଡୀ ପ୍ରବେଶ କରିଛନ୍ତି।

ଦୁବାଇ: ଏସିଆ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର କ୍ବାର୍ଟରଫାଇନାଲ୍‌ରେ ଏଚ୍‌ଏସ୍‌ ପ୍ରଣୟ ଓ ପିଭି ସନ୍ଧୁ। ଭାରତୀୟ ତାରକା ଏଚ୍‌ଏସ୍‌ ପ୍ରଣୟ ଓ ପିଭି ସନ୍ଧୁଙ୍କ ସହ ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ- ଚିରାଗ ସେଟ୍ଟୀ ଏବଂ ମିଶ୍ରିତ ‌ଯୁଗଳ ଯୋଡ଼ି ରୋହନ କାପୁର-ସିକ୍କି‌ ରେଡ୍ଡୀ ପ୍ରବେଶ କରିଛନ୍ତି। ଗତକାଲି ଗୁରୁବାର ପୁରୁଷ ଏକକ ପ୍ରିକ୍ବାର୍ଟରଫାଇନାଲ୍‌ରେ ପ୍ରଣୟ ୨୧-୧୬, ୫-୨୧, ୨୧-୧୮ରେ ଇଣ୍ଡୋନେସିଆର ଡ୍ବି ୱାର୍ଡୋୟୋଙ୍କୁ ପରାସ୍ତ କରିଥିଲେ।

ଏପଟେ କିଦାମ୍ବି ଶ୍ରୀକାନ୍ତ ୧୪-୨୧, ୨୨-୨୦, ୯-୨୧ରେ ଜାପାନର କୋଦାଇ ନାରାଓକାଙ୍କଠୁ ହାରିଯାଇଥିଲେ। ମହିଳା ଏକକରେ ୨ ଅଲିମ୍ପିକ୍‌ ପଦକ ବିଜୟିନୀ ସିନ୍ଧୁ ୨୧-୧୨, ୨୧-୧୫ରେ ଚୀନ୍‌ର ହାଁ ୟୁଇଙ୍କୁ ପରାସ୍ତ କରିଥିଲେ।

ପୁରୁଷ ଯୁଗଳରେ ସାତ୍ତ୍ବିକ ଓ ଚିରାଗ ୨୧-୧୧, ୨୧-୧୩ରେ କୋରିଆ ଯୋଡ଼ି ଜିନ ୟଙ୍ଗ ଓ ନା ସୁଙ୍ଗ ସିଉଙ୍ଗଙ୍କୁ ହରାଇଥିଲେ। ମିଶ୍ରିତ ଯୁଗଳରେ ରୋହନ ଓ ସିକ୍କିଙ୍କ ପ୍ରତିଦ୍ବନ୍ଦ୍ବୀ ‌ଚୀନ୍‌ର ସିଓ ସିଉଙ୍ଗ ଜାଇ ଓ ଚାଓ ୟୁ ଜୁଙ୍ଗ ‌ଓହରିଯିବାରୁ ଏମାନେ ସହଜରେ କ୍ବାର୍ଟରରେ ପହଞ୍ଚିଥିଲେ।

ସେହିପରି ମହିଳା ଯୁଗଳ ଯୋଡ଼ି ତ୍ରିଷା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଓହରିଯିବାରୁ ତାଙ୍କ ପ୍ରତିଦ୍ବନ୍ଦ୍ବୀ କୋରିଆର ଜଓଙ୍ଗ ନା ଇଉଁ ଓ କିମ ହି ଜିଓଙ୍ଗ କ୍ବାର୍ଟରଫାଇନାଲ୍‌ରେ ପହଞ୍ଚିଛନ୍ତି।

ଏପଟେ ଅନ୍ୟ ଏକ ଭାରତୀୟ ଯୋଡ଼ି ସୁ‌ମିତ ରେଡ୍ଡୀ ଓ ଅଶ୍ବିନୀ ପୋନ୍ନାପ୍ପା ୧୫-୨୧, ୧୭-୨୧ରେ ତାଇୱାନର ଚାଙ୍ଗ କୋ ଚି ଓ ଲି ଚି ଚେନ୍‌ଙ୍କଠୁ ହାରି ବିଦାୟ ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.