ନିଆରା ଢଙ୍ଗରେ ନିଜର ୧୬ତମ ବିବାହ ବାର୍ଷିକୀ ପାଳିଲେ ଦମ୍ପତି

ଏମିତି ଜଣେ ଦମ୍ପତି ଯିଏ ହୋଟେଲରେ ନୁହଁ କି ରେଷ୍ଟୁରାଣ୍ଟ ରେ ନୁହଁ ବରଂ ବୃଦ୍ଧାଶ୍ରମକୁ ଯାଇ ପାଳନ କରିଛନ୍ତି ନିଜର ୧୬ତମ ବିବାହ ବାର୍ଷିକୀ । ମାନବ ସେବା ହିଁ ମାଧବ ସେବାକୁ ପାଥେୟ କରି ଆର୍ଶିବାଦ ଲୋଡିଛନ୍ତି ଏହି ସ୍ୱାମୀ ସ୍ତ୍ରୀ । ଏମାନେ ଆଉ କେହି ନୁହଁନ୍ତି । ଏ ଦୁହେଁ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ତାଙ୍କ ସହଧର୍ମିଣୀ ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ।

ସୁବର୍ଣ୍ଣପୁର(କେନ୍ୟୁଜ): ବର୍ତ୍ତମାନ ସମୟରେ ଜନ୍ମଦିନ ହେଉ କି ବିବାହ ବାର୍ଷିକୀ ଯାହାକୁ ପାଳନ କରିବା ଏକ ଫ୍ୟାଶନରେ ପରିଣତ ହୋଇଗଲାଣି। ଅଧିକାଂଶ ଲୋକ ବଡ଼ ବଡ଼ ହୋଟେଲ, କ୍ଲବ, ମଣ୍ଡପରେ ବନ୍ଧୁବାନ୍ଧବ ଏବଂ ସାଙ୍ଗସାଥୀଙ୍କୁ ଏକାଠି କରି ଜାକଜମକରେ ନିଜର ସ୍ବତନ୍ତ୍ର ଦିନରେ ଖୁସି ମନାଉଛନ୍ତି। ପୁଣି ପାର୍ଟି ଓ ଡିଜେର ତାଳେ ତାଳେ କେକ୍‌ କାଟି ମଉଜମସ୍ତି ବି କରୁଛନ୍ତି। ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ସେହି ସ୍ବତନ୍ତ୍ର ଦିନକୁ ପାଳିବାକୁ ପସନ୍ଦ କରିଥାନ୍ତି।

ଏମିତି ଜଣେ ଦମ୍ପତି ଯିଏ ହୋଟେଲରେ ନୁହଁ କି ରେଷ୍ଟୁରାଣ୍ଟ ରେ ନୁହଁ ବରଂ ବୃଦ୍ଧାଶ୍ରମକୁ ଯାଇ ପାଳନ କରିଛନ୍ତି ନିଜର ୧୬ତମ ବିବାହ ବାର୍ଷିକୀ । ମାନବ ସେବା ହିଁ ମାଧବ ସେବାକୁ ପାଥେୟ କରି ଆର୍ଶିବାଦ ଲୋଡିଛନ୍ତି ଏହି ସ୍ୱାମୀ ସ୍ତ୍ରୀ । ଏମାନେ ଆଉ କେହି ନୁହଁନ୍ତି । ଏ ଦୁହେଁ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ତାଙ୍କ ସହଧର୍ମିଣୀ ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ।

niara

ନିଜର ୧୬ତମ ବିବାହ ବାର୍ଷିକୀରେ ଆର୍ଶିବାଦ ଭିକ୍ଷା କରିବା ପାଇଁ ୫୦ଜଣ ଅସହାୟ ବୁଢା/ବୁଢିଙ୍କୁ ବସ୍ତ୍ରଦାନ ଏବଂ ମିଷ୍ଟାନ୍ନ ବାଣ୍ଟିଛନ୍ତି । ବୀରମହାରାଜପୁର ବ୍ଲକ ବାଗବର ସ୍ଥିତ ଚନ୍ଦ୍ରମଣି ମଠ ପରିସରରେ ରହୁଥିବା ବୃଦ୍ଧାଶ୍ରମରେ ସପରିବାର ପହଂଚି ନିରାଡମ୍ବର ଭାବେ ନିଜର ୧୬ତମ ବିବାହ ବାର୍ଷିକୀ ପାଳନ କରିବାସହ ସେଠାରେ ଥିବା ସାଧୁସନ୍ଥଙ୍କ ଆର୍ଶିବାଦ ଲୋଡିଛନ୍ତି । ଚନ୍ଦ୍ରମଣି ମଠର ମଠାଧିଷ ମହନ୍ତ ମହାରାଜ ନିର୍ମାର୍କ ଚରଣ ଦାସଙ୍କ ଉପସ୍ଥିତିରେ ହରିବୋଲ ହୁଳହୁଳି ଦେଇ ଆର୍ଶିବାଦ ଦେଇଥିବାରୁ ଉଭୟେସ୍ୱାମୀ/ସ୍ତ୍ରୀ ଖୁସିବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.