ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ପ୍ରଶ୍ନ; ‘ଗାଡ଼ିକୁ ସିଧା ହସ୍ପିଟାଲ ନ ନେଇ ଅତିକ୍ ଓ ଅଶରଫ୍ଙ୍କୁ କାହିଁକି ପରେଡ୍ କରି ନିଆଯାଇଥିଲା…’?
ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ କଡ଼ା ପ୍ରଶ୍ନ ପଚାରିଛନ୍ତି। ଅତିକ୍ ଓ ଅଶରଫଙ୍କୁ ନେଇ ଯାଉଥିବା ଗାଡିକୁ ସିଧା ଡାକ୍ତରଖାନା କାହିଁକି ନିଆଯାଇ ନ ଥିଲା ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।
ଅତିକ୍ ଅହମ୍ମଦ ଓ ତାଙ୍କ ଭାଇ ଅଶରଫ୍ଙ୍କ ହତ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଏହି ସମୟରେ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ କଡ଼ା ପ୍ରଶ୍ନ ପଚାରିଥିଲେ। ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ପଚାରିଥିଲେ ଯେ ମାଫିଆ ଭାଇ ଅତିକ୍ ଅହମ୍ମଦ ଓ ଅଶରଫଙ୍କୁ ନେଇ ଯାଉଥିବା ଗାଡିକୁ ସିଧାସଳଖ ଡାକ୍ତରଖାନା କାହିଁକି ନିଆଯାଇ ନ ଥିଲା?
ଉତ୍ତରପ୍ରଦେଶ ସରକାର କୋର୍ଟଙ୍କୁ କହିଥିଲେ କି, ସେମାନେ ଏହି ଘଟଣାର ତଦନ୍ତ ପାଇଁ ଏକ କମିଶନ ନିଯୁକ୍ତ କରିଛନ୍ତି। ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ଆଉ ଏକ ବଡ଼ ପ୍ରଶ୍ନ ପଚାରିଥିଲେ ଯେ ଅତିକ୍ ଅହମ୍ମଦ ଓ ତାଙ୍କ ଭାଇଙ୍କୁ ଖୋଲାଖୋଲି ଭାବେ ପରେଡ୍ କରି କାହିଁକି ନିଆଯାଇଥିଲା?
ସୁପ୍ରିମକୋର୍ଟ ୟୁପି ସରକାରଙ୍କର ଏହି ବୟାନକୁ ରେକର୍ଡ କରିନେଇଛନ୍ତି। ୩ ସପ୍ତାହ ଭିତରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବ ୟୁପି ସରକାର। କହି ରଖୁଛୁ, ମାଫିଆ ଡନ୍ରୁ ନେତା ହୋଇଥିବା ଅତିକ୍ ଅହମ୍ମଦ ଓ ତାଙ୍କ ଭାଇ ଅଶରଫ୍ଙ୍କୁ ଏପ୍ରିଲ୍ ୧୫ରେ ହତ୍ୟା କରାଯାଇଥିଲା।
ବିଳମ୍ବିତ ରାତିରେ ପ୍ରୟାଗରାଜ ହସ୍ପିଟାଲ ସାମ୍ନାରେ ୩ ଯୁବକ ଗୁଳି ମାରି ସେମାନଙ୍କୁ ହତ୍ୟା କରିଥିଲେ, ଯାହା ପରେ ସମଗ୍ର ଉତ୍ତରପ୍ରଦେଶରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରଶାସନ ୟୁପିର ପ୍ରତ୍ୟେକ ଜିଲ୍ଲାରେ ୧୪୪ ଧାରା ଲାଗୁ କରିଥିଲା। ସବୁ ସ୍ଥାନରେ ପୋଲିସ ମୁତୟନ କରାଯାଇଥିଲା।