ଟ୍ରେନିଂ ସମୟରେ ଅଲାସ୍କାରେ ଆମେରିକୀୟ ସେନାର ୨ ହେଲିକାପ୍ଟର କ୍ରାସ୍, ୩ ପାଇଲଟ୍ ମୃତ
ଟ୍ରେନିଂରୁ ଫେରୁଥିବା ଆମେରିକା ସେନାର ଦୁଇଟି ହେଲିକାପ୍ଟର ଗୁରୁବାର ଅଲାସ୍କାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ପାଇଲଟଙ୍କ ମୃତ୍ୟୁ ଘଟିଛି।
ଟ୍ରେନିଂରୁ ଫେରୁଥିବା ଆମେରିକା ସେନାର ଦୁଇଟି ହେଲିକାପ୍ଟର ଗୁରୁବାର ଅଲାସ୍କାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ପାଇଲଟଙ୍କ ମୃତ୍ୟୁ ଘଟିଛି। ଚଳିତ ବର୍ଷ ରାଜ୍ୟରେ ସାମରିକ ହେଲିକାପ୍ଟରର ଏହା ହେଉଛି ଦ୍ୱିତୀୟ ଦୁର୍ଘଟଣା। ଆମେରିକା ସେନା ଅଲାସ୍କାର ଜଣେ ପ୍ରବକ୍ତା ଜନ୍ ପେନେଲ କହିଛନ୍ତି ଯେ ପ୍ରତ୍ୟେକ ହେଲିକାପ୍ଟରରେ ଦୁଇଜଣ ଲୋକ ଥିଲେ।
ସାମରିକ ଅଧିକାରୀଙ୍କ ସୂତ୍ରରୁ ୱାଶିଂଟନ୍ ପୋଷ୍ଟ ସୂଚନା ଦେଇଛି ଯେ ଏକ ପ୍ରଶିକ୍ଷଣ ମିଶନରୁ ଫେରିବା ସମୟରେ କେନ୍ଦ୍ରୀୟ ଅଲାସ୍କାରେ ଦୁଇ ଅପାଚେ ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଆମେରିକା ସେନାର ୩ ପାଇଲଟଙ୍କ ମୃତ୍ୟୁ ଘଟିଛି। ଅଲାସ୍କାର ହିଲି ନିକଟରେ ଫୋର୍ଟ ୱେନରାଇଟ୍ର AH-64 ଅପାଚେ ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି।
ତେବେ ସେନା ୟୁନିଟ୍ ଏହି ଘଟଣାର ତଦନ୍ତ କରାଯାଉଥିବା କହିଛି। ସୂଚନାଥାଉ କି, ଗତ ମାସରେ କେଣ୍ଟୁକିରେ ହେଲିକାପ୍ଟର ଦୁର୍ଘଟଣାରେ ୯ ଜଣ ସୈନିକଙ୍କ ମୃତ୍ୟୁ ଘଟିଥିଲା। ସେହିପରି ତାଲକିତନାରୁ ଉଡ଼ାଣ ଭରିବା ପରେ ଏକ ଅପାଚେ ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ୨ ଜଣ ସୈନିକ ଆହତ ହୋଇଥିଲେ।