Below header

ମୃତ୍ୟୁର ମିଛ ପ୍ରହସନ କରିଥିବା ପୁନମ ପାଣ୍ଡେଙ୍କ ନାଁରେ ମାମଲା ହେବାକୁ ଦାବି କଲା ଭାରତୀୟ ସିନେ ୱାର୍କର ସଂଘ

ମୃତ୍ୟୁର ମିଛ ପ୍ରହସନ କରିଥିବା ସୋସିଆଲ ମିଡିଆ ସେନସେସନ୍ ପୁନମ ପାଣ୍ଡେଙ୍କ ନାଁରେ ମାମଲା ହେଉ। ଏନେଇ ମୁମ୍ବାଇ ପୋଲିସ କମିଶନରଙ୍କ ନିକଟରେ ଦାବି କରାଯାଇଛି । ଏହା କହିଛନ୍ତି ଅଖିଳ ଭାରତ ସିନେ ୱାର୍କର୍ସ ଆସୋସଏନର ସଭାପତି ସୁରେଶ ଶ୍ୟାମଲାଲ ଗୁପ୍ତା ।

ନୂଆଦିଲ୍ଲୀ : ମୃତ୍ୟୁର ମିଛ ପ୍ରହସନ କରିଥିବା ସୋସିଆଲ ମିଡିଆ ସେନସେସନ୍ ପୁନମ ପାଣ୍ଡେଙ୍କ ନାଁରେ ମାମଲା ହେଉ । ଏନେଇ ମୁମ୍ବାଇ ପୋଲିସ କମିଶନରଙ୍କ ନିକଟରେ ଦାବି କରାଯାଇଛି । ଏହା କହିଛନ୍ତି ଅଖିଳ ଭାରତ ସିନେ ୱାର୍କର୍ସ ଆସୋସଏନର ସଭାପତି ସୁରେଶ ଶ୍ୟାମଲାଲ ଗୁପ୍ତା । ସେ କହିଛନ୍ତି, ପୁନମ ଲୋକଙ୍କ ଭାବପ୍ରବଣତା ସହ ଖେଳିଛନ୍ତି । ଜନସଚେତନା ପାଇଁ ବିଭିନ୍ନ ବାଟ ରହିଛି । ସରକାର, ଏନଜିଓ କିମ୍ବା ସାମ୍ବାଦିକ ସମ୍ମିଳନୀ ଜରିଆରେ ସଚେତନତା କରାଯାଇପାରିବ । କିନ୍ତୁ ଶସ୍ତା ପବ୍ଲିସିଟି ପାଇଁ ପୁନମ ବହୁ ତଳକୁ ଖସିଯାଇଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରିରେ ଏହା ଆଦୌ ଗ୍ରହଣନୀୟ ନୁହେଁ । ଏଥିପାଇଁ ପୁନମ ପାଣ୍ଡେ ଓ ତାଙ୍କ ମ୍ୟାନେଜରଙ୍କ ନାଁରେ ମାମଲା ରୁଜୁ ହେବା ଦରକାର ବୋଲି ଅଖିଳ ଭାରତ ସିନେ ୱାର୍କର୍ସ ଆସୋସିଏସନର ସଭାପତି କହିଛନ୍ତି ।

ସର୍ଭାଇକାଲ କ୍ୟାନସରରେ ପୁନମଙ୍କ ମୃତ୍ୟୁ ଘଟିଥିବା ନେଇ ତାଙ୍କ ଟିମ ଶୁକ୍ରବାର ଦିନ କହିଥିଲା। ତେବେ ପୁନମ ଗତକାଲି ନିଜେ ଭିଡିଓ ପୋଷ୍ଟ କରି ଜୀବିତ ଥିବା କହିଛନ୍ତି। ସର୍ଭାଇକାଲ କ୍ୟାନସର ଉପରେ ସଚେତନତା ସୃଷ୍ଟି କରିବାକୁ ଏଭଳି ମିଛ ନାଟକ କରିଥିବା କହିଛନ୍ତି ପୁନମ। ଯାହାକୁ ସୋସିଆଲ ମିଡିଆ ୟୁଜର୍ସ ନିନ୍ଦା କରିଛନ୍ତି। ବଲିଉଡରେ ବି କଣ୍ଟ୍ରୋଭର୍ସିଆଲ କ୍ବିନଙ୍କୁ ଭର୍ତ୍ସନା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.