ଆଜି ଅର୍ପଣ ଚାଉଳରୁ ପ୍ରସ୍ତୁତ ହେବ କାନିକା ଓ ଖେଚୁଡି, ମହାପ୍ରଭୁଙ୍କୁ ଲାଗି ପରେ କରାଯିବ ବଣ୍ଟନ

ଆଜିଠାରୁ ଆରମ୍ଭ ହେବ ଭକ୍ତଙ୍କୁ ମାଗଣାରେ ଅର୍ପଣ ଚାଉଳରେ ପ୍ରସ୍ତୁତ କାନିକା ଓ ଖେଚୁଡି ବଣ୍ଟନ । ସାରା ରାଜ୍ୟରୁ ଆସିଥିବା ଅର୍ପଣ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ । ଶ୍ରୀମନ୍ଦିରର ପଶ୍ଚିମଦ୍ୱାରା, ଉତ୍ତରଦ୍ୱାର ଓ ଦକ୍ଷିଣଦ୍ୱାରରେ ଦର୍ଶନ ସାରି ବାହାରୁଥିବା ଭକ୍ତଙ୍କୁ ଏହି ମହାପ୍ରସାଦ ବଣ୍ଟାଯିବ ।

ପୁରୀ (କେନ୍ୟୁଜ): ଆଜିଠାରୁ ଆରମ୍ଭ ହେବ ଭକ୍ତଙ୍କୁ ମାଗଣାରେ ଅର୍ପଣ ଚାଉଳରେ ପ୍ରସ୍ତୁତ କାନିକା ଓ ଖେଚୁଡି ବଣ୍ଟନ । ସାରା ରାଜ୍ୟରୁ ଆସିଥିବା ଅର୍ପଣ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ । ଶ୍ରୀମନ୍ଦିରର ପଶ୍ଚିମଦ୍ୱାରା, ଉତ୍ତରଦ୍ୱାର ଓ ଦକ୍ଷିଣଦ୍ୱାରରେ ଦର୍ଶନ ସାରି ବାହାରୁଥିବା ଭକ୍ତଙ୍କୁ ଏହି ମହାପ୍ରସାଦ ବଣ୍ଟାଯିବ । ଏନେଇ ଚାଉଳ ଶ୍ରୀମନ୍ଦିରରେ ପହଞ୍ଚିଥିବା ବେଳେ ସକାଳଧୂପ ଠାରୁ ସଂଧ୍ୟାଧୂପ ପର୍ଯ୍ୟନ୍ତ ଭକ୍ତଙ୍କୁ ଏହି ମହାପ୍ରସାଦ ବଣ୍ଟାଯିବା କାର୍ଯ୍ୟକ୍ରମ ରହିଛି । ପ୍ରଥମେ ଗଞ୍ଜାମରୁ ଆସିଥିବା ଅର୍ପଣ ଚାଉଳର କାନିକା ଓ ଖେଚୁଡି ପ୍ରସ୍ତୁତ ହୋଇ ବଣ୍ଟାଯିବ ବୋଲି ସୂଚନା ମିଳିଛି ।

ଅର୍ପଣ ଚାଉଳରେ ପ୍ରସ୍ତୁତ ମହାପ୍ରସାଦ ବଣ୍ଟନ ଓ ଏହାର ତତ୍ୱବଧାନ ପାଇଁ ଏକ ସବକମିଟି ଗଠନ ହୋଇଛି । ଆନନ୍ଦବଜାରରେ ମହାପ୍ରସାଦ ବିକ୍ରି କରୁଥିବା ସୁପକାର ମାନେ କାନିକା ଓ ଖେଚୁଡି ପ୍ରସ୍ତୁତି କରିବେ । ପର୍ଯ୍ୟାୟକ୍ରମେ ପ୍ରତି ଧୂପରେ କାନିକା ଓ ଖେଚୁଡି ପ୍ରସ୍ତୁତି ହୋଇ ସକାଳଧୂପରୁ ସଂଧ୍ୟା ଧୂପ ପର୍ଯ୍ୟନ୍ତ ପ୍ରାୟ ୬୦ ହାଣ୍ଡି ବଣ୍ଟାଯିବାକୁ ଲକ୍ଷ ରଖାଯାଇଛି । ତେବେ ପ୍ରତ୍ୟକଦିନ ପ୍ରାୟ ୧୦ ହଜାର ଭକ୍ତଙ୍କୁ ଅର୍ପଣ ଚାଉଳରେ ପ୍ରସ୍ତୁତ କାନିକା ଓ ଖେଚୁଡି ବଣ୍ଟାଯିବ ବୋଲି ନିଯୋଗ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.