JEE Mains 2024 ପରୀକ୍ଷା ତାରିଖ ବଦଳିଲା, ଜାଣନ୍ତୁ କେବେ ହେବ ପରୀକ୍ଷା
ନିର୍ଦ୍ଧାରିତ ଦିନ ଠାରୁ ୪ ଦିନ ବିଳମ୍ବରେ ହେବ JEE Mains 2024 ପରୀକ୍ଷା । ନୂଆ ତାରିଖ ଅନୁଯାୟୀ, ଏବେ ପରୀକ୍ଷା ୪ ଏପ୍ରିଲରୁ ୧୫ ଏପ୍ରିଲ ମଧ୍ୟରେ ଆୟୋଜନ ହେବ । ପୂର୍ବରୁ ଏହି ତାରିଖ ଏପ୍ରିଲ ୧ରୁ ୧୫ ଏପ୍ରିଲ ମଧ୍ୟରେ ହେବାକୁ ଧାର୍ଯ୍ୟ କରାଯାଇଥିଲା ।

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ ଅର୍ଥାତ୍ ଏନଟିଏ ପକ୍ଷରୁ ଜେଇଇ ୨୦୨୪ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ତାରିଖ ପରିବର୍ତ୍ତନ କରାଯାଇଛି । ନୂଆ ତାରିଖ ଅନୁଯାୟୀ, ଏବେ ପରୀକ୍ଷା ୪ ଏପ୍ରିଲରୁ ୧୫ ଏପ୍ରିଲ ମଧ୍ୟରେ ଆୟୋଜନ ହେବ । ପୂର୍ବରୁ ଏହି ତାରିଖ ଏପ୍ରିଲ ୧ରୁ ୧୫ ଏପ୍ରିଲ ମଧ୍ୟରେ ହେବାକୁ ଧାର୍ଯ୍ୟ କରାଯାଇଥିଲା । ଏବେ ପରୀକ୍ଷା ୪ ଦିନ ବିଳମ୍ବରେ ହେବ । NTA ଅଫିସିଆଲ ୱେବସାଇଟରେ ନୋଟିସ ରିଲିଜ କରିଛି । ଆପଣଙ୍କ ଅଫିସିଆଲ ସାଇଟ jeemain.nta.ac.in. କୁ ଯାଇ ଚେକ୍ କରିପାରିବେ ।
ଜେଇଇ ମେନ୍ସ ୨୦୨୪ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ତାରିଖ :
ରେଜିଷ୍ଟ୍ରେସନ କରିବାର ତାରିଖ ୨ ଫେବୃଆରୀ ରହିଥିବା ବେଳେ ଶେଷ ତାରିଖ ୨ ମାର୍ଚ୍ଚ ୨୦୨୪ ୧୧.୫୦ ଯାଏଁ ରହିଛି ।
ମାର୍ଚ୍ଚର ତୃତୀୟ ସପ୍ତାହରେ ପରୀକ୍ଷା ପାଇଁ ସ୍ଲିପ୍ ରିଲିଜ ହେବ । ସେହିପରି ଆଡମିଟ କାର୍ଡ ପରୀକ୍ଷାର ୩ ଦିନ ପୂର୍ବରୁ ମିଳିବ ।
ପରୀକ୍ଷା ୪ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୪ ଯାଏଁ ହେବ । ପରୀକ୍ଷା ଫଳାଫଳ ୨୫ ଏପ୍ରିଲ ୨୦୨୪ରେ ମିଳିବ ।
ଏଥିପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ଯେଉଁମାନେ ଆବେଦନ କରିବାକୁ ଚାହିଁଛନ୍ତି, ସେମାନେ ରେଜିଷ୍ଟ୍ରେସନ ଲିଙ୍କକୁ ଯାଇ ଆବେଦନ କରିପାରିବେ ।
କେମିତି କରିବେ ଆବେଦନ :
ପ୍ରଥମେ ଅଫିସିଆଲ ୱେବସାଇଟ୍ jeemain.nta.nic.in ରେ କ୍ଲିକ୍ କରନ୍ତୁ ।
ଏହାପରେ ଜେଇଇ ମେନ୍ ପରୀକ୍ଷା ୨୦୨୪ ଲିଙ୍କ ଉପରେ କ୍ଲିକ୍ କରନ୍ତୁ ।
ତା’ ପରେ ଲଗଇନ୍ ଡିଟେଲ୍ସ ଭରିବା ପରେ ଆବେଦନ ଶୁଳ୍କ ଭରନ୍ତୁ ।
ସବୁକିଛି ହୋଇଗଲା ପରେ ସବମିଟ୍ କରନ୍ତୁ ।