World Cancer Day : ଆଜି ହିଁ ବଦଳାନ୍ତୁ ନିଜ ଲାଇଫ୍ଷ୍ଟାଇଲ୍, କମିବ କ୍ୟାନ୍ସର ବିପଦ
ଫେବୃଆରୀ ୪ରେ ବିଶ୍ୱରେ କ୍ୟାନ୍ସର ଦିବସ ପାଳନ କରାଯାଏ । ଏହି ଦିନରେ କ୍ୟାନ୍ସର ଭଳି ବିପଦପୂର୍ଣ୍ଣ ରୋଗ ବିଷୟରେ ଲୋକଙ୍କୁ ସଚେତନ କରାଯାଉଛି । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ କ୍ୟାନ୍ସର ରୋଗ ଯୋଗୁ ମୃତ୍ୟୁ ବରଣ କରନ୍ତି । ଗତ କିଛି ବର୍ଷ ମଧ୍ୟରେ କ୍ୟାନ୍ସର ରୋଗ ଦ୍ରୁତ ଗତିରେ ବଢି ଚାଲିଛି । ତେବେ କ୍ୟାନ୍ସର ରୋଗକୁ ଠିକ୍ ସମୟରେ ଚିହ୍ନିବା ଏବଂ ସଠିକ୍ ଚିକିତ୍ସାର ଅଭାବ ହେତୁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।

ସାରା ବିଶ୍ୱରେ କ୍ୟାନ୍ସର ରୋଗୀ ଦ୍ରୁତ ଗତିରେ ବଢି ଚାଲିଛନ୍ତି । ତେବେ ଏହା ଏକ ଏପରି ରୋଗ ଯେଉଁଥିରେ ଅନେକ ଲୋକଙ୍କର ମୃତ୍ୟୁ ହେଉଛି । ଏହା ସହ ପିଲା ଠାରୁ ନେଇ ବଡ଼ ଲୋକ ପର୍ଯ୍ୟନ୍ତ ସମସ୍ତ ଲୋକ ଏହି ଅସୁବିଧାର ସାମ୍ନା କରିଥାନ୍ତି । ଫେବୃଆରୀ ୪ରେ ବିଶ୍ୱରେ କ୍ୟାନ୍ସର ଦିବସ ପାଳନ କରାଯାଏ । ଏହି ଦିନରେ କ୍ୟାନ୍ସର ଭଳି ବିପଦପୂର୍ଣ୍ଣ ରୋଗ ବିଷୟରେ ଲୋକଙ୍କୁ ସଚେତନ କରାଯାଉଛି । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ କ୍ୟାନ୍ସର ରୋଗ ଯୋଗୁ ମୃତ୍ୟୁ ବରଣ କରନ୍ତି । ଗତ କିଛି ବର୍ଷ ମଧ୍ୟରେ କ୍ୟାନ୍ସର ରୋଗ ଦ୍ରୁତ ଗତିରେ ବଢି ଚାଲିଛି । ତେବେ କ୍ୟାନ୍ସର ରୋଗକୁ ଠିକ୍ ସମୟରେ ଚିହ୍ନିବା ଏବଂ ସଠିକ୍ ଚିକିତ୍ସାର ଅଭାବ ହେତୁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହା ସହ ବର୍ତ୍ତମାନ ମଧ୍ୟ କ୍ୟାନ୍ସର ରୋଗକୁ ରୋକିବା ପାଇଁ କୌଣସି ଉପାୟ ନାହିଁ । ସେଥଇପାଇଁ ଆପଣମାନେ ନିଜ ପ୍ରତିଦିନର ଲାଇଫ୍ଷ୍ଟାଇଲରେ କିଛି ପରିବର୍ତ୍ତନ କରି କ୍ୟାନ୍ସର ରୋଗ ହେବାର ଆଶଙ୍କା କମ କରିପାରିବେ । ତାହେଲେ ଆସନ୍ତୁ ଆମେ ଆଜି ଆପଣମାନଙ୍କୁ ଜଣାଇବୁ ଯେ କେଉଁ ସବୁ ଅଭ୍ୟାସକୁ ପରିବର୍ତ୍ତନ କରିବା ଦ୍ୱାରା କ୍ୟାନ୍ସର ରୋଗ ହେବାର ଆଶଙ୍କା କମ ହୋଇପାରିବ ।
ଅନ୍ହେଲ୍ଦି ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ : ଯଦି ଆପଣ କ୍ୟାନ୍ସର ଭଳି ବିପଜ୍ଜନକ ରୋଗରୁ ଦୂରେଇ ରହିବାକୁ ଚାହୁଁଛନ୍ତି, ତେବେ ହେଲ୍ଦି ଖାଦ୍ୟ ଖାଆନ୍ତୁ । ହେଲ୍ଦି ଖାଦ୍ୟ ଦ୍ୱାରା କ୍ୟାନ୍ସର ରୋଗର ଆଶଙ୍କା କମିଯାଇପାରେ । ତେବେ ଆପଣ ନିଜ ଖାଦ୍ୟରେ ଫଳ, ସବୁଜ ପନିପରିବା ଏବଂ ରେଡ୍ ମିଟ୍ ଅନ୍ତର୍ଭୂକ୍ତ କରିପାରବେ । ଏହା ଦ୍ୱାରା କ୍ୟାନ୍ସର ରୋଗର ଆଶଙ୍କା କମିଯାଇପାରେ । ଫଳ ଏବଂ ପନିପରିବାରେ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ଗୁଣ ଥାଏ ଯାହା କ୍ୟାନ୍ସର ରୋଗ ହେବାକୁ ରକ୍ଷା କରିପାରେ ।
ପ୍ରତିଦିନ ବ୍ୟାୟାମ କରନ୍ତୁ : ପ୍ରତିଦିନ ୩୦ ମିନିଟ୍ ବ୍ୟାୟାମ କରିବା ଏବଂ ଚାଲିବା ଆପଣଙ୍କୁ ଅନେକ ବିପଜ୍ଜନକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିପାରେ । ତେବେ ଆକ୍ଟିଭି ରହିବା ଦ୍ୱାରା ବ୍ରେଷ୍ଟ ଏବଂ ପେଟରେ କ୍ୟାନ୍ସର ହେବାର ଆଶଙ୍କା କମିଯାଏ । ତେଣୁ ପ୍ରତିଦିନ କିଛି ସମୟ ପାଇଁ ଏକ୍ସରସାଇଜ୍ କରନ୍ତୁ । ଏହା ସହ ଆପଣ ନିଜ ପ୍ରତିଦିନ ବ୍ୟାୟାମରେ ଚାଲିବା, ସାଇକେଲ୍ ଚଲାଇବା ଏବଂ ସୁମିଗିଂ ମଧ୍ୟ ଆଡ୍ କରିପାରିବେ ।
ସିଗାରେଟ୍ ସଂପୂର୍ଣ୍ଣ ଭାବେ ଛାଡନ୍ତୁ : ସିଗାରେଟ୍ କ୍ୟାନ୍ସର ରୋଗର ଏକ ପ୍ରମୁଖ କାରଣ ଭାବରେ ବିବେଚନା କରାଯାଏ । ବିଶେଷକରି ପାଟିରେ କ୍ୟାନ୍ସର ହେବାର କାରଣ ହେଉଛି ତମାଖୁ ଏବଂ ଧୂମପାନ କରିବା । ତେବେ ତମାଖୁ ଏବଂ ଧୂମପାନ କାରଣରୁ କ୍ୟାନ୍ସର ରୋଗରେ ଲୋକଙ୍କ ମୃତ୍ୟୁ ଅଧାରୁ ଅଧିକ ହୋଇଥାଏ । ତେଣୁ ତମାଖୁ, ଗୁଡ୍ଖା କିମ୍ବା ସିଗାରେଟ ଟାଣିବା ବନ୍ଦ କରନ୍ତୁ ।
ମଦକୁ ଅଳ୍ପ ପରିମାଣରେ ପିଅନ୍ତୁ : ଯଦି ଆପଣ କ୍ୟାନ୍ସର ରୋଗର ଆଶଙ୍କା ଏଡ଼ାଇବାକୁ ଚାହୁଁଛନ୍ତି, ତେବେ ମଦ୍ୟପାନକୁ କମ୍ କରନ୍ତୁ । ମଦ ପିଇବା କରିବା ଦ୍ୱାରା ଲିଭର ଉପରେ ଖରାପ ପ୍ରଭାବ ପଡିଥାଏ । ଯାହାଫଳରେ ବ୍ରେଷ୍ଟ, କୋଲନ୍ ଏବଂ ଲିଭର କ୍ୟାନ୍ସର ରୋଗର ଆଶଙ୍କା ବଢିଯାଇପାରେ । ତେବେ କ୍ୟାନ୍ସର ବ୍ୟତୀତ ମଦ୍ୟପାନ ଅନ୍ୟାନ୍ୟ ଅନେକ ବିପଜ୍ଜନକ ରୋଗ ମଧ୍ୟ ସୃଷ୍ଟି କରିପାରେ ।
ସୂର୍ଯ୍ୟଙ୍କ କ୍ଷତିକାରକ କିରଣରୁ ଦୂରେଇ ରୁହନ୍ତୁ : ଯଦି ଆପଣ କ୍ୟାନ୍ସର ରୋଗରୁ ଦୂରେଇ ରହିବାକୁ ଚାହୁଁଛନ୍ତି, ତେବେ ସୂର୍ଯ୍ୟଙ୍କ କ୍ଷତିକାରକ UV କିରଣରୁ ଦୂରେଇ ରୁହନ୍ତୁ । ଏହା ଦ୍ୱାରା ସ୍କିନ୍ କ୍ୟାନ୍ସର ହେବାର ଆଶଙ୍କା କମିଯାଇପାରେ । ନିଜକୁ ସୂର୍ଯ୍ୟ କିରଣରୁ ରକ୍ଷା କରିବା ପାଇଁ ସନ୍ ପ୍ରୋଟେକ୍ସନ୍ କ୍ରିମ୍ ଲଗାଇପାରିବେ । ଏହା ବ୍ୟାତୀତ ନିଜକୁ ପୂରା ପୋଷାକରେ ଘୋଡାଇ ଦିଅନ୍ତୁ ଏବଂ କେବଳ ସକାଳର ସୂର୍ଯ୍ୟ କିରଣରେ ବସନ୍ତୁ । ଏପରି କରିବା ଦ୍ୱାରା ଆପଣ କ୍ୟାନ୍ସର ରୋଗର ଶିକାର ହେବାକରୁ ବଞ୍ଚି ପାରିବେ ।