Below header

ମୋବାଇଲ୍‌ ଦୁର୍ଘଟଣାରୁ ବର୍ତ୍ତିବାକୁ ଜପ କରନ୍ତୁ ଏହି ଶ୍ଲୋକ

ଆମ ଜୀବନରେ ମୋବାଇଲ୍‌ ଏକ ଅପରିହାର୍ଯ୍ୟ ଅଙ୍ଗ ପାଲଟିଗଲାଣି। ଖାଦ୍ୟ, ପାଣି ଭଳି ମୋବାଇଲ୍‌ ମଧ୍ୟ ଏବେ ସର୍ବନିମ୍ନ ଆବଶ୍ୟକତା ଭାବେ ଗଣାଯାଉଛି। ତେବେ ମୋବାଇଲ୍‌ ଆମକୁ ଯେତିକି ସାହାଯ୍ୟ କରୁଛି ତାଠୁ ଅଧିକ କ୍ଷତି କରୁଛି। କିଏ ମୋବାଇଲ୍‌ ବ୍ୟବହାର କରି ରାସ୍ତାରେ ଦୁର୍ଘଟଣାର ଶିକାର ହେଉଛି ତ ଆଉ କିଏ ଚାଲୁ ଚାଲୁ କାନ୍ଥରେ ପିଟି ହୋଇଗଲାଣି। ଏବେ ମୋବାଇଲ୍‌ ଯୋଗୁ ଅଧିକ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି। ମୋବାଇଲ୍‌ ଦ୍ୱାରା ପ୍ରତିଦିନ ହେଉଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଏବେ ସୋସିଆଲ ମିଡିଆରେ ଏକ ସଂସ୍କୃତ ଶ୍ଲୋକ ଖୁବ୍‌ ଭାଇରାଲ ହେଉଛି।

ଏହାସହ ପଢ଼ନ୍ତୁ: ପ୍ରେମ ନା ପାଗଳାମୀ, ହ୍ରିତିକଙ୍କ ଫ୍ୟାନ୍‌ ବୋଲି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଦେଖନ୍ତୁ ଭିଡିଓ:

ଏହି ଭିଡିଓକୁ ଅଭିନେତା ଅନୁପମ ଖେର୍‌ ନିଜ ଟ୍ଵିଟରରେ ସେୟାର କରିଛନ୍ତି। ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଇଛି ଯେ କେହି ମୋବାଇଲ୍‌ ଚିପି ଚିପି ସୁଇମିଂପୁଲରେ ଗଳିପଡ଼ିଲାଣି ତ ଆଉ କିଏ ଟ୍ରେନ୍‌ଟ୍ରାକ୍‌ରେ। ଜଣେ ମହିଳା ତ ବସ୍‌ରେ ପିଟିହୋଇଯାଉଛନ୍ତି। ତେବେ ଭିଡିଓ ବ୍ୟାକ୍‌ଗ୍ରାଉଣ୍ଡରେ ବାଜୁଥିବା ଗୀତ କିନ୍ତୁ ଖୁବ୍‌ ମଜାଳିଆ ହୋଇଛି। ସଂସ୍କୃତ ଭାଷାରେ କିଛି ଇଂରାଜୀ ତଡକା ଦେଇ ଏହି ଗୀତକୁ ତିଆରି କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ୮୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଥିବା ବେଳେ ଶତାଧିକ ଲାଇକ୍‌ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.