ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରି ହସ୍ପିଟାଲରେ ଆଡମିଟ ହୋଇଥିଲେ ଲତା ମଙ୍ଗେସକର, ଆଉ ତାପରେ..

ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକର ଆଜି ଭୋର ସକାଳୁ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଦିଆଯାଇଥିଲା । ସୂଚନା ଅନୁଯାୟୀ ଲତାଙ୍କର ସ୍ୱାସ୍ଥ୍ୟଅବସ୍ଥା ଖରାପ ହେଉଥିବାର ଦେଖି ତାଙ୍କୁ ରାତି ପ୍ରାୟ ୨ଟା ସମୟରେ ହସ୍ପିଟାଲ ନିଆଯାଇଥିଲା ଓ ଏହାପରେ ତାଙ୍କୁ ଓଉଟରେ ମଧ୍ୟ ଭର୍ତ୍ତି କରିଦିଆଯାଇଥିଲା । ଯଦିଓ ବର୍ତ୍ତମାନର ସୂଚନା ଅନୁଯାୟୀ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁଥିବା ଦେଖି ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କୁ ବିଶ୍ରାମ ନେବାପାଇଁ ଘରକୁ ପଠାଇ ଦିଆଯାଇଛି । ନିକଟରେ ଲତା ନିଜର ୯୦ତମ ଜନ୍ମଦିନ ପାଳନ କରିଥିଲେ ।

ଲତା ମଙ୍ଗେସକର ମୋଟ ୩୬ଟି ଭାଷାରେ ୧୦୦୦ରୁ ଉର୍ଦ୍ଧ୍ୱ ଗୀତ ଗାଇ ସାରିଛନ୍ତି । ତାଙ୍କର ମହାନ କାମକୁ ଦେଖି ଭାରତ ସରକାର ୨୦୦୧ ମସିହାରେ ଲତାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରିଥିଲେ । ଏହା ବ୍ୟତୀତ ତାଙ୍କୁ ଦାଦାସାହେବ ଫାଲକେ, ଭାରତ ରତ୍ନ ଓ ତିନୋଟି ନେସନାଲ ଆୱାର୍ଡ ସହିତ ଆହୁରି ଅନେକ ଆୱାର୍ଡ ମଧ୍ୟ ମିଳି ସାରିଛି ।

ଏହାସହ ପଢନ୍ତୁ ମାତ୍ର ୯୦ ଟଙ୍କା ଦେଇ କିଣିଥିଲେ ଫୁଲଦାନୀ କିନ୍ତୁ ବିକିଲେ ୪.୪ କୋଟି ଟଙ୍କାରେ, ଜାଣନ୍ତୁ କଣ ରହିଥିଲା ସ୍ୱତନ୍ତ୍ରତା

ସୂଚନା ଅନୁଯାୟୀ ରବିବାର ଲତା ମଙ୍ଗେସକର ଟ୍ୱିଟରରେ ଚଳଚ୍ଚିତ୍ର ପାନିପତରୁ ପଦ୍ମିନୀର କୋହ୍ଲାପୁରୀ ଲୁକ ସେୟାର କରିଥିଲେ । ସେ କହିଥିଲେ ଯେ ପଦ୍ମିନୀ ଗୋପିକା ବାଇଙ୍କର ଚରିତ୍ରରେ ଅଭିନୟ କରୁଛନ୍ତି । ମୋର ଭାଣିଜୀ ପଦ୍ମିନୀ କୋହ୍ଲାପୁରର ଜଣେ ବହୁତ ଭଲ କଳାକାର ଅଟନ୍ତି । ମୁଁ ପଦ୍ମିନୀଙ୍କୁ ଆଶୀର୍ବାଦ କରୁଛି ଓ ଆଶୁତୋଷ ଏବଂ ତାଙ୍କ ଟିମକୁ ଶୁଭକାମନା ଜଣାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.