ମହାରାଷ୍ଟ୍ରରେ ଡିଲ ଫାଇନାଲ, ସରକାର ଗଢ଼ିବ ଶିବସେନା

କେନ୍ୟୁଜ୍(ବ୍ୟୁରୋ):  ମହାରାଷ୍ଟ୍ରରେ ଡିଲ ଫାଇନାଲ । ସରକାର ଗଢ଼ିବ ଶିବସେନା । ସାମିଲ ହେବ ଏନସିପି । ବାହ୍ୟ ସମର୍ଥନ ଦେବ କଂଗ୍ରେସ । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଏନସିପିର ଅଜିତ ପାୱାର ହୋଇପାରନ୍ତି ଅଜିତ ପାୱାର । ଉଦ୍ଧବ ଠାକରେ-ସୋନିଆଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା ପରେ ଚୂଡ଼ାନ୍ତ ହୋଇଛି ଡିଲ । ସୋନିଆଙ୍କ ସହ କଂଗ୍ରେସର ବଡ ନେତାଙ୍କ ମଧ୍ୟରେ ମହାରାଷ୍ଟ୍ର ରାଜନୀତିକୁ ନେଇ ଆଲୋଚନା ହୋଇଛି । ନିର୍ବାଚନ ଫଳାଫଳ ଆସିବା ପରଠୁ କିଏ ମହାରାଷ୍ଟ୍ରରେ ସରକାର ଗଢ଼ିବ ତାକୁ ନେଇ ଘଡିକେ ଘୋଡା ଛୁଟୁଥିବା ବେଳେ କିଛି ସମୟ ପୂର୍ବରୁ ଏହି ସୂଚନା ମିଳିଛି । ଆଦିତ୍ୟ ଠାକରେଙ୍କ ସହ ବରିଷ୍ଠ ଶିବସେନା ନେତା ରାଜଭବନ ଅଭିମୁଖେ ବାହାରିଛନ୍ତି । ସରକାର ଗଠନ ନେଇ ଦାବି ଜଣାଇବେ ଆଦିତ୍ୟ ଠାକରେ । ଆଜି ଦିନ ତମାମ ଶିବସେନା, ଏନସିପି ଓ କଂଗ୍ରେସ ମଧ୍ୟରେ ସରକାର ଗଠନ ନେଇ ଚାଲିଥିଲା ଉଦ୍ୟମ । ଅନ୍ୟପଟେ ବିଜେପି କହିଛି ଶିବସେନା ହାତ ଛାଡିବା ଆମ ପାଇଁ ଶୁଭଙ୍କର । ଏହା ପୂର୍ବରୁ ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତ ଅସୁସ୍ଥ ହେବାରୁ ତାଙ୍କୁ ଲୀଲାବତୀ ହସପିଟାଲରେ ଭର୍ତ୍ତି କରାଯାଇଛି । ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପି ୧୦୫, ଶିବସେନା ୫୬, ଏନସିପି ୫୪ ଓ କଂଗ୍ରେସ ୪୪ଟି ଆସନରେ ବିଜୟୀ ହୋଇଛନ୍ତି । ଏବେ ଶିବସେନା, ଏନସିପି ଓ କଂଗ୍ରେସର ୧୫୪ ସଦସ୍ୟ ଥିବାରୁ ଏହା ମ୍ୟାଜିକ ନମ୍ବର ୧୪୫କୁ ପାର କରୁଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.