Below header

୧୦୦ କେଜି ଓଜନ ବଢାଇବେ ବିକି କୌଶଲ, ହେଲେ କାହିଁକି ?

ନ୍ୟାସନାଲ ଆଓ୍ଵାର୍ଡ ଜିତିଥିବା ବଲିଉଡ ଅଭିନେତା ଭିକି କୌଶଲଙ୍କ ପାଖରେ ଏବେ ବହୁତ ଫିଲ୍ମ ଅଫର ରହିଛି। ସବୁବେଳେ ନିଜକୁ ଫିଟ୍ ରଖୁଥିବା ବିକି ଏବେ ଓଜନ ବଢ଼ାଇବାରେ ଲାଗିଛନ୍ତି। ଆପଣ ଭାବୁଥିବେ ଏମିତି କ’ଣ ଘଟିଲା ଯେ, ବିକି ଏମିତି କରୁଛନ୍ତି। ତାଙ୍କର ଆଗାମୀ ଫିଲ୍ମ ‘ଦ ଇମୋଟାଲ ଅଶ୍ବଥାମା’ ପାଇଁ ଏଭଳି କିଛି କରୁଛନ୍ତି। ଫିଲ୍ମରେ ଭିକି ମହାଭାରତର ମହାନ ଓ ଅମର ଯୋଦ୍ଧା ଅଶ୍ୱଥାମା ଚରିତ୍ରରେ ନଜର ଆସିବେ।

୨୦୨୧ ଆରମ୍ଭରେ ଏହାର ସୁଟିଂ କାର୍ଯ୍ୟ ଆରମ୍ଭ ହେବ। ଫିଲ୍ମଟି ତିନିଟି ପାର୍ଟରେ ରିଲିଜ ହେବ। ଯେଉଁଥିରେ ଅଶ୍ୱଥାମାଙ୍କୁ ଆଧୁନିକ ସମୟର ଏକ ସୁପରହିରୋରେ ପ୍ରଦର୍ଶିତ କରାଯିବ। ଅଶ୍ବଥମା ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପୁଅ। ତାଙ୍କୁ ଅମର ବରଦାନ ମିଳିଥିଲା। ମହାଭାରତରେ ସେ କୌରବଙ୍କ ପକ୍ଷରୁ ଲଢ଼ିଥିଲେ।

vicky 1

ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା, ଏ ଚରିତ୍ର ପାଇଁ ଭିକିଙ୍କୁ ୧୦୦ କିଲୋରୁ ଅଧିକ ଓଜନ ବଢ଼ାଇବାକୁ ହେବ। ଏ ପାଇଁ ସେ ଓ୍ବାର୍କ ଆଉଟ କରୁଛନ୍ତି ଏବଂ ଏହା ସହ ତାଙ୍କୁ ମାର୍ଶଲ ଆର୍ଟ ଟ୍ରେନିଂ ମଧ୍ୟ ନେବାକୁ ହେବ। ୟୁରୋପରେ ଏହାର ସୁଟିଂ ଆରମ୍ଭ ହେବ। ଗ୍ରୀନଲାଣ୍ଡ, ଇଂଲଣ୍ଡ ବ୍ୟତୀତ ଟୋକିଓ, ନ୍ୟୁଜିଲାଣ୍ଡ ଓ ନମ୍ବିଆରେ ମଧ୍ୟ ଫିଲ୍ମ ସୁଟିଂ କରାଯିବ। ଫିଲ୍ମର ନିର୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଆଦିତ୍ୟ କର। ବିକିଙ୍କ ହାତରେ ଏହି ଫିଲ୍ମ ଛଡା ସହିଦ ଉଦ୍ଧମ ସିଂହ, ଫିଲ୍ଡ ମାର୍ସଲ ସେମ ମାନେକେଶଙ୍କ ବାୟୋପିକ୍‌ ଏବଂ କରନ ଜୋହରଙ୍କ ‘ତଖ୍‌ତ’ ଭଳି ବଡ ବଡ ଫିଲ୍ମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.