ନୋରାଙ୍କ ପ୍ରତି ଅଶାଳୀନ ଇଙ୍ଗିତ କରିଥିବା ଭିଡିଓକୁ ନେଇ ନିଜ ମତ ରଖିଲେ ଟେରେନ୍ସ ଲୁଇସ, କହିଲେ ଏମିତି କିଛି……

କିଛି ଦିନ ତଳେ କୋରିଓ ଗ୍ରାଫର ଟେରେନ୍ସ ଲୁଇସ ନିଜ କୋ ଜଜ ନୋରା ଫତେହିଙ୍କୁ ଅଶାଳୀନ ବ୍ୟବହାର କରିଥିବା ନେଇ ଏକ ଭିଡିଓ ସୋସିଆଲ ମିଡ଼ିଆ ମାନଙ୍କରେ ଖୁବ ଭାଇରାଲ ହୋଇଥିଲା । ଏହି କ୍ଲିପଟି ପ୍ରକୃତରେ ଏକ ଡାନ୍ସ ରିଆଲିଟି ଶୋ’ ସମୟର ଏକ ଦୃଶ୍ୟକୁ ନେଇଥିଲା । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଏହାକୁ ନେଇ ମତ ରଖିଛନ୍ତି ଟେରେନ୍ସ ଲୁଇସ । ଏହାକୁ ସେ ଏକ ମୋର୍ଫେର୍ଡ ଭିଡିଓ ବୋଲି କହିଛନ୍ତି । ଏକ ସମ୍ବାଦ ପତ୍ର ସଂସ୍ଥାକୁ ସାକ୍ଷାତ୍କାର ଦେବା ସମୟରେ ଟେରେନ୍ସ କହିଛନ୍ତିକି, ନୋରାଙ୍କ ପ୍ରତି ତାଙ୍କ ମନରେ ଅନେକ ସମ୍ମାନ ରହିଛି । ଟେରେନ୍ସ ଆହୁରି ମଧ୍ୟ କହିଛନ୍ତିକି, ସେ ନିଜ ଜୀବନରେ ଅନେକ ଭଲ ପାଇବା ପାଇଛନ୍ତି । ସେ ଏମିତି କିଛି କରିବା ବାବଦରେ କେବେ ଚିନ୍ତା ବି କରିପାରିବେ ନାହିଁ । ଟେରେନ୍ସଙ୍କ ଅନୁଯାୟୀ, ଜଣେ ୧୭ ବର୍ଷୀୟ ଯୁବକଙ୍କୁ ହିଁ ଏହି ସବୁ ସୁହାଇବ । କିନ୍ତୁ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ଏହା କଦାପି ସୁହାଇବ ନାହିଁ । ଆଉ ମୋର ବୟସ ଏବେ ୪୫ ।

କହିରଖିବା ଉଚିତ ହେବକି, କରୋନା ଭାଇରସରେ ମଲାଇକା ଆରୋରା ଆକ୍ରାନ୍ତ ହୋଇଥିବାରୁ କିଛି ଦିନ ପାଇଁ ନୋରା, ମଲାଇକାଙ୍କ ଜଜ ଦାୟିତ୍ୱ ତୁଲାଇ ଆସୁଥିଲେ । କିନ୍ତୁ ମଲାଇକା ସୁସ୍ଥ ହୋଇ ଫେରିବା ପରେ ନୋରା ସୋ’ରୁ ବିଦାୟ ନେଇଛନ୍ତି । ଏହା ସହ ନୋରା ମଲାଇକାଙ୍କ ସହ ସେଟରେ ଉଠାଇଥିବା ତିନି ଫଟୋ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏଥିରେ ମଲାଇକାଙ୍କ ପ୍ରତି ତାଙ୍କ ମନରେ ଥିବା ସମାନ ଓ ଭଲପାଇବାକୁ ଦର୍ଶାଇଛନ୍ତି ନୋରା। ନୋରା ସେୟାର କରିଥିବା ଏହି ଫଟୋ ଗୁଡିକୁ ୫ ଲକ୍ଷ ଲାଇକ୍ସ ମିଳିସାରିଥିବା ବେଳେ ୨ ଲକ୍ଷରୁ ଅଧିକ ଜଣ ଦେଖିସାରିଲେଣି । ଏନେଇ ଫ୍ୟାନ୍ସ ମାନଙ୍କ ଠାରୁ ବି ଖୁବ ପ୍ରଶଂସା ସାଉଣ୍ଟିଛନ୍ତି ନୋରା । ଏହା ସହ ସୋ’ର କ୍ରିୟୁ ମେମ୍ବର ମାନଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି ନୋରା । ଆଉ ସୋ’ରେ କଟାଇଥିବା ସମୟ ତକ ଖୁବ ଭଲରେ କଟିଛି ଆଉ ଏହି ମୁହୂର୍ତ୍ତ ଗୁଡିକ ତାଙ୍କର ଚିର ଦିନ ପାଇଁ ମନେ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.