ରାଜ୍ୟରେ ଆଜି ୨୮୫୪ କରୋନା ପଜିଟିଭ୍‌ ଚିହ୍ନଟ, ଗଲା ଆଉ ୧୫ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ଆଉ ୨୮୫୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍‌ରୁ ୧୬୫୯ ଥିବା ବେଳେ ,ଲୋକାଲ କଣ୍ଟାକ୍ଟ କେସ୍‌ ୧୧୯୫ । ଖୋର୍ଦ୍ଧାରୁ ଆଜି ମଧ୍ୟ ସର୍ବାଧିକ ୩୯୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କଟକରୁ ୨୪୪, ସୁନ୍ଦରଗଡ଼ରୁ ୧୪୩, ଅନୁଗୁଳରୁ ୧୩୧, ବାଲେଶ୍ୱରରୁ ୧୧୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ମୟୂରଭଞ୍ଜରୁ ୧୨୭, ପୁରୀରୁ ୧୧୪, କଳାହାଣ୍ଡିରୁ ୧୦୫ ଓ ସମ୍ବଲପୁରରୁ ୧୦୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ବରଗଡରୁ ୯୫, ବଲାଙ୍ଗିରରୁ ୯୭ , ଯାଜପୁରରୁ ୯୯ , କେନ୍ଦ୍ରାପଡାରୁ ୯୧ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟା ୨,୪୯,୬୯୩କୁ ବୃଦ୍ଧି ହୋଇଛି। ରାଜ୍ୟରେ ୨୮ ହଜାର ୨୪୬ ଚିକିତ୍ସିତ ହେଉଥିବା ବେଳେ ୨ ଲକ୍ଷ ୨୦ ହଜାର ୩୮୮ ଜଣ ସୁସ୍ଥ ହୋଇଛନ୍ତି।

 ଆଉ ୧୫ ଆକ୍ରାନ୍ତଙ୍କ ମୃତ୍ୟୁକୁ ମିଶାାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ହଜାରେ ଟପିଛି । ଭୁବନେଶ୍ୱରରେ ୩ ଜଣଙ୍କ ମୃତ୍ୟୁକୁ ମିଶାଇ ଖୋର୍ଦ୍ଧା ଜିଲ୍ଲାରୁ ମୋଟ୍‌ ୫ ଜଣଙ୍କର ଜୀବନ ଯାଇଛି । ସେହିପରି କଟକରୁ ଦୁଇ ଜଣଙ୍କ ଜୀବନ ଯାଇଛି। ଏହାବାଦ୍‌ ମୟୂରଭଞ୍ଜ ଓ ପୁରୀରୁ ଦୁଇ ଜଣ ଲେଖାଏଁଙ୍କର ମୃତ୍ୟୁ ହୋଇଛି। ସେହିପରି ବାଲେଶ୍ୱର, ବଲାଙ୍ଗିର, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୦୬ରେ ପହଁଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.