Below header

ପୁରୁଷମାନଙ୍କୁ ନେଇ ବିଦ୍ୟା ବାଲାନ କହିଲେ ଏଭଳି କଥା, ଯାହାକୁ ଶୁଣି ଲୋକେ କହିଲେ..

ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ମିଶନ ମଙ୍ଗଲ’ ୫ଦିନ ମଧ୍ୟରେ ୧୦୦ କୋଟି ଟଙ୍କାର ଆୟ କରିଛି ଏବଂ ଏହି ଫିଲ୍ମରେ ବିଦ୍ୟା ବାଲାନଙ୍କ କାମକୁ ମଧ୍ୟ ବହୁତ ତାରିଫ କରାଯାଇଥିଲା। ସୂଚନା ଅନୁଯାୟୀ ଏହି ଫିଲ୍ମରେ ବିଦ୍ୟା ଜଣେ ସାଇଣ୍ଟିଷ୍ଟ ତାରା ସିନ୍ଧେଙ୍କ ଚରିତ୍ରରେ ଅଭିନୟ କରୁଥିଲେ। ଯିଏକି ମଙ୍ଗଳଯାନ ମିଶନ ଟିମର ଜଣେ ମହତ୍ତ୍ୱପୂର୍ଣ୍ଣ ସଦସ୍ୟା ଥିଲେ। ଯଦିଓ ବିଦ୍ୟା ସର୍ବଦା ନିଜ ଅଭିନୟ ଦ୍ୱାରା ଲୋକ ମାନଙ୍କ ମନ ଜିତିନେଇଥାନ୍ତି।

ନିକଟରେ ଏକ ଇଣ୍ଟରଭିୟୁ ସମୟରେ ବିଦ୍ୟା ପୁରୁଷମାନଙ୍କୁ ନେଇ ଏକ ବୟାନ ଦେଇଛନ୍ତି। ସେ କହିଥିଲେ “ମୁଁ ନିଜର ବିରୋଧୀ। ମୁଁ ଆଇନାରେ ନିଜକୁ ଦେଖିଥାଏ ଏବଂ ନିଜର ଭୁଲ ବାହାର କରିଥାଏ। ମୁଁ କାହାକୁବି ନିଜର ବିରୋଧୀ ବୋଲି କହିବି ନାହିଁ ଏବଂ ମୁଁ କୌଣସି କଥାକୁ ବହୁତ ଗମ୍ଭିରତାର ସହ ନେଇନଥାଏ। ମୋତେ ଲାଗେ କି କିଛି ଲୋକଙ୍କୁ ପସନ୍ଦ ଆସିଲା ନାହିଁ ତ ଠିକଅଛି ବହୁତ ଲୋକଙ୍କୁ ପସନ୍ଦ ଆସିବ।”

 

Image result for vidya balan

ଏହାସହ ପଢନ୍ତୁ ‘ଆଖିୟୋ ସେ ଗୋଲୀ ମାରେ’ ଗୀତରେ ଅନନ୍ୟା ପାଣ୍ଡେ କଲେ ଏପରି ଡ୍ୟାନ୍ସ, ପୋଷ୍ଟ କରୁ କରୁ ଭିଡିଓ ହେଲା ଭାଇରଲ, ଦେଖନ୍ତୁ ଭିଡିଓ

ବିଦ୍ୟା ସବୁ ପ୍ରକାରର ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି। ବିଦ୍ୟାଙ୍କୁ କଣ ପସନ୍ଦ ପଚାରିବାରୁ ଉତ୍ତରରେ ସେ ବିନ୍ଦାସ ଭାବେ କହିଥିଲେ ଯେ ମୋତେ ଲାଗେ ପୁରୁଷମାନେ ମୋତେ ସବୁଠାରୁ ଅଧିକ ଆକର୍ଷିତ କରିଥାନ୍ତି । ତାପରେ ଟିକିଏ ସିରିୟସ ହୋଇ ସେ କହିଥିଲେ ହରର ବ୍ୟତୀତ ମୋତେ ସବୁ ଭଲ ଲାଗିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.