Below header

ଭାଇରାଲ୍‌ ହେଉଛି ଭାଇଜାନଙ୍କ ଆଗାମୀ ଫିଲ୍ମର ଲୁକ୍‌, ଆପଣ ବି ଦେଖନ୍ତୁ ସଲମାନଙ୍କ ନୂଆ ଅବତାର

ବଲିଉଡର ସବୁଠାରୁ ପପୁଲାର ଷ୍ଟାର୍ସଙ୍କ ଭିତରୁ ଜଣେ ହେଲେ ଆମ ଭାଇଜାନ୍‌ ସଲମାନ୍‌ ଖାନ୍‌। ସଲମାନଙ୍କ ଫିଲ୍ମକୁ ବହୁତ ଦିନ ଧରି ଅପେକ୍ଷା କରି ବସିଛନ୍ତି ତାଙ୍କ ଫ୍ୟାନ୍ସ। ଭାଇଜାନଙ୍କ ଫିଲ୍ମ ‘ରାଧେ: ଇୟର ମୋଷ୍ଟ ଓ୍ଵାଣ୍ଟେଡ୍‌ ଭାଇ’ ଚଳିତ ବର୍ଷ ଇଦରେ ରିଲିଜ୍‌ ହେବାକୁ ଥିଲା। କିନ୍ତୁ କରୋନା ଭାଇରସ୍‌ କାରଣରୁ ଚାଲୁଥିବା ଲକଡାଉନ ପାଇଁ ଫିଲ୍ମର ସୁଟିଂକୁ ଅଟକାଇ ଦିଆଯାଇଥିଲା।

ଏବେ ଏହି ଫିଲ୍ମର ସୁଟିଂ ସରିଯାଇଛି ଏବଂ ପୋଷ୍ଟ ପ୍ରଡକସନର କାମ ଚାଲୁଛି। ତେବେ ଏହିସବୁ ଭିତରେ ସଲମାନ୍‌ ଖାନ ଚୁପଚାପ ନିଜର ଆଗାମୀ ଫିଲ୍ମ ‘ଅନ୍ତିମ : ଦ ଫାଇନାଲ୍‌ ଟୃଥ’ର ସୁଟିଂ ଆରମ୍ଭ କରିଦେଇଛନ୍ତି।

ଏହି ଫିଲ୍ମର ଲୁକର ଭିଡିଓକୁ ସଲମାନଙ୍କ ଭିଣୋଇ ଆୟୁଷ ଶର୍ମା ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଫିଲ୍ମରେ ସଲମାନ ଜଣେ ସିଖ୍‌ ପୋଲିସକର୍ମୀ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମରେ ଆୟୁଷ ଶର୍ମା ଜଣେ ଗ୍ୟାଙ୍ଗଷ୍ଟରର ନେଗେଟିଭ୍‌ ରୋଲରେ ଅଭିନୟ କରୁଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ଯେ ସଲମାନ କଳା ପଗଡି ଏବଂ ଖାଲସା ଲକେଟ ପିନ୍ଧି ପରିବା ମାର୍କେଟରେ ବୁଲୁଥିବା ଦେଖିବାକୁ ମିଳୁଛି। ଦେଖନ୍ତୁ ଭିଡିଓ।

 

View this post on Instagram

 

A post shared by Aayush Sharma (@aaysharma)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.