ଭଦ୍ରକ ସହରରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା

ଭଦ୍ରକ(କେନ୍ୟୁଜ୍‌): ଭଦ୍ରକ ଜିଲ୍ଲାରେ ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ସେବା ସହ ମେଡିକାଲ କଲେଜ ପ୍ରତିଷ୍ଠା ଦାବିକୁ ନେଇ ଭଦ୍ରକ ଜ଼ିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଦ ଡାକରା । ଏହି ପ୍ରରିପେକ୍ଷୀରେ ଭଦ୍ରକ ସହରକୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ । ବନ୍ଦ ଡାକରା ଯୋଗୁଁ ଭଦ୍ରକ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ସହର ମଧ୍ୟ ଦେଇ ଯାଉଥିବା ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ୧୬ନଂ ଜାତୀୟ ରାଜପଥକୁ ମଧ୍ୟ କଂଗ୍ରେସ ପକ୍ଷରୁ ଅବରୋଧ କରାଯିବାର ସୂଚନା ରହିଛି । ବନ୍ଦ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେଥପାଇଁ ସହରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

ମୁଖ୍ୟତଃ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା କରିବା ସହ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ଏବେ ପୂରା ଅସୁସ୍ଥ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ପୂରା ଠପ୍। କରୋନା ଆଳରେ ରୋଗୀଙ୍କୁ ଚିକିତ୍ସା ନକରି ଫେରାଇ ଦେବା ଓ ସାଧାରଣ ରୋଗୀଙ୍କୁ ବି କଟକ ରେଫର କରିବା ଏକ ନିତିଦିନିଆ ଘଟଣା ପାଲଟି ଯାଇଛି । ଭଦ୍ରକ ମେଡିକାଲରେ ଭେଣ୍ଟିଲେଟର ଥିଲେ ମଧ୍ୟ ତାହା କାର୍ଯ୍ୟ କରୁନାହିଁ । ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରାଯିବାକୁ କଂଗ୍ରେସ ପକ୍ଷରୁ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଦାବୀ କରାଯାଇଥିଲା । କିନ୍ତୁ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସାମଧାନ ନ ହେବାରୁ ଉପରୋକ୍ତ ଦାବୀକୁ ନେଇ ଆଜି ଭଦ୍ରକ ସହର ବନ୍ଦ ରଖାଯାଇଥିବା କଂଗ୍ରେସ ପକ୍ଷରୁ ସୂଚନା ଦିଆ ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.