ଆଜି ନୂଆ ସଂସଦ ଭବନର ଭୂମି ପୂଜା କରିବେ ପ୍ରଧାନମନ୍ତ୍ରୀ, କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତିଙ୍କ ସମେତ ୨୦୦ ଅତିଥି

କେନ୍ୟୁଜ୍‌: ଆଜି ନୂଆ ସଂସଦ ଭବନର ଭୂମି ପୂଜନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିନ ୧୨ଟା ୫୫ରେ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବା ବେଳେ ଗୋଟାଏ ବେଳେ ଭୂମି ପୂଜନ କରାଯିବ। ଦିନ ୧ଟା ୩୦ରେ ସର୍ବଧର୍ମ ପ୍ରାର୍ଥନା ହେବ । ସୂଚନା ମୁତାବକ ଶିଳାନ୍ୟାସ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ସମେତ ୨୦୦ ଅତିଥି ଯୋଗଦେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଭାକୁ ସମ୍ବୋଧନ କରିବେ। ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ନିଜର ଅଭିଭାଷଣ ରଖିବେ। କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ ସ୍ୱାଗତ ଭାଷଣ ରଖିବେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଧନ୍ୟବାଦ ପ୍ରସ୍ତାବ ଦେବେ ।

୨୦୨୨ ଭିତରେ ଦେଶକୁ ମିଳିବ ନୂଆ ସଂସଦ ଭବନ । ବ୍ରିଟିଶ୍‌ଙ୍କ ଦ୍ୱାରା ନିର୍ମିତ ୯୩ ବର୍ଷର ସଂସଦ ଭବନକୁ ବଦଳାଯିବ । ୬୪ ହଜାର ୫୦୦ ବର୍ଗ ମିଟର ପରିମିତ ସ୍ଥାନରେ ନିର୍ମାଣ ହେବ ନୂଆ ସଂସଦ ଭବନ । ଏଥିପାଇଁ ବ୍ୟୟ ଅଟକଳ ରହିଛି ୯୭୧ କୋଟି ଟଙ୍କା । ପୁରୁଣା ସଂସଦ ଭବନ ଠାରୁ ଅଧିକ ୧୭ ଶହ ବର୍ଗମିଟର ଜାଗାରେ ନିର୍ମାଣ ହେବ ନୂଆ ସଂସଦ ଭବନ । ଟାଟା ପ୍ରୋଜେକ୍ଟସ୍ ଲିମିଟେଡ୍‌କୁ ଏହାର କାର୍ଯ୍ୟାଦେଶ ମିଳିଛି । ନୂଆ ସଂସଦ ଭବନର ଡିଜାଇନ୍ କରିଛି ଏଚସିପି ଡିଜାଇନ୍, ପ୍ଲାନିଂ ଆଣ୍ଡ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ । ଭୂମିକମ୍ପ ପ୍ରତିରୋଧକ ସହ ପେପର ଲେସ୍ ବ୍ୟବସ୍ଥା ପାଇଁ ଅତ୍ୟାଧୁନିକ ଟେକ୍ନୋଲଜିର ମଧ୍ୟ ବ୍ୟବହାର କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.