କନ୍ଧମାଳରେ ଜମୁଛି ଇକୋ ରିଟ୍ରିଟ୍‌, ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ

କନ୍ଧମାଳ: କନ୍ଧମାଳରେ ଜମୁଛି ଇକୋ ରିଟ୍ରିଟ୍‌ । ପ୍ରଥମ ରାତିରେ ଖୁବ୍‌ ମଜା ନେଇଛନ୍ତି ପର୍ଯ୍ୟଟକ । ଉଦ୍‌ଘାଟନୀ ପରେ ୧୭ଟି ଅନ୍‌ଲାଇନ୍‌ରେ ବୁକିଙ୍ଗ ହୋଇଥିଲା। ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକମାନେ ଆସି ରାତିରେ ରହିଥିଲେ। ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ପଞ୍ଚତାରକା ହୋଟେଲର ସୁବିଧା ଉପଭୋଗ କରିଥିଲେ।

ଗୋଟିଏ ତମ୍ବୁର ମୂଲ୍ୟ ୯ହଜାର ୪୪୪ ଟଙ୍କା ରହିଛି। ପର୍ଯ୍ୟଟକ ମାନଙ୍କୁ ଦାରିଙ୍ଗବାଡିର ପର୍ଯ୍ୟଟନସ୍ଥଳୀ ଡୁଲୁରି ପାିନବଣ, ହିଲଭିୟୁ ପାର୍କ, ନେଟର ପାର୍କ, କଫି ବଗିଚା, ଲଭର୍ସ ପଏଣ୍ଟ ଓ ମିଡିୟୁବାନ୍ଦା ଜଳପ୍ରପାତ ବୁଲାଇବାର ବ୍ୟବସ୍ଥା ରହିଛି। ପର୍ଯ୍ୟଟକ ମାନଙ୍କ ସୁରକ୍ଷା ପାଇଁ ପୋଲିସ ମୁତୟନ କରାଯାଇଛି। ଇକୋ ରିଟ୍ରିଟରେ କୋଭିଡ ଗାଇଡ଼ଲାଇନ କଡାକଡି ଭାବେ ପାଳନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.