Below header

ଏହି ଅଭିନେତାଙ୍କୁ ନିଜ ବାୟୋପିକ୍‌ରେ ଦେଖିବାକୁ ଚାହୁଛନ୍ତି ସିକ୍ସର କିଙ୍ଗ ଯୁବରାଜ

ବଲିଉଡ ଅଭିନେତା ସିଦ୍ଧାନ୍ତ ଚର୍ତୁବେଦୀ ଫିଲ୍ମ ‘ଗଲି ବୟ’ ରେ ଶାନଦାର ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିଲେ। ତାଙ୍କ ଅଭିନୟକୁ ଦେଇ ଏବେ ଯୁବରାଜ ତାଙ୍କୁ ନିଜ ବାୟୋପିକର ପ୍ରମୁଖ କଳାକାର ଭାବେ ଦେଖିବାକୁ ଚାହୁଛନ୍ତି। ନିକଟରେ ଏକ କଥାବାର୍ତ୍ତା କରିବା ସମୟରେ ଯୁବରାଜ ନିଜ ବାୟୋପିକ ପାଇଁ ସିଦ୍ଧାନ୍ତଙ୍କ ନାମ ନେଇଛନ୍ତି।

sid

ଏହି ସମୟରେ ଯୁବରାଜ କହିଛନ୍ତି କି, ସେ ନିଜେ ତାଙ୍କ ବାୟୋପିକ କରିବାକୁ ଚାହୁଁଚନ୍ତି କିନ୍ତୁ ଏହାକୁ ଦେଖିଲେ ହୁଏତ ଲୋକେ ହସିପାରନ୍ତି । ତେଣୁ ମୁଁ ନିଜ ବାୟୋପିକ୍‌ ସିଦ୍ଧାନ୍ତକୁ ଦେଖିବାକୁ ଚାହୁଛି। କିନ୍ତୁ ଫିଲ୍ମରେ କାହାକୁ ସାଇନ କରାଯିବ ତାହା ନିର୍ଦ୍ଦେଶକଙ୍କ କାମ। କିନ୍ତୁ ସିଦ୍ଧାନ୍ତ ମୋ ବାୟୋପିକ ପାଇଁ ଭଲ ଅପସନ।’ ନିକଟରେ ସିଦ୍ଧାନ୍ତଙ୍କୁ ଦମଦାର ଅଭିନୟ ପାଇଁ ଫିଲ୍ମଫେୟାର ପୁରସ୍କାର ମଧ୍ୟ ମିଳିଥିଲା।

ସୂଚନାଯୋଗ୍ୟ, ସିଦ୍ଧାନ୍ତ ଚର୍ତୁବେଦୀ ନିର୍ଦ୍ଦେଶକ ଶକୁନ ବାତ୍ରାଙ୍କ ଆଗାମୀ ଫିଲ୍ମରେ ଦୀପିକା ଏବଂ ଅନନ୍ୟା ପାଣ୍ଡେଙ୍କ ସହିତ ସ୍କ୍ରିନ ସେୟାର କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.