କରୋନା ମୁକାବିଲା କରିବାକୁ ଭୁବନେଶ୍ୱରରେ କମିଶନରେଟ୍‌ ପୋଲିସ ପକ୍ଷରୁ ବ୍ୟବସାୟୀଙ୍କ ପାଇଁ ଗାଇଡ୍‌ଲାଇନ୍‌ ଜାରି

ଭୁବନେଶ୍ୱର: କରୋନା ମୁକାବିଲା କରିବାକୁ ଭୁବନେଶ୍ୱରରେ କମିଶନରେଟ୍‌ ପୋଲିସ ପକ୍ଷରୁ ବ୍ୟବସାୟୀଙ୍କ ପାଇଁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । ଏକ ନିର୍ଦ୍ଦିଷ୍ଟ ସମୟରେ ଦୋକାନ ଭିତରକୁ କମ୍‌ ସଂଖ୍ୟକ ଗ୍ରାହକଙ୍କୁ ଛାଡିବା ପାଇଁ କୁହାଯାଇଛି । ଦୋକାନରେ ଗ୍ରାହକ ଓ କର୍ମଚାରୀଙ୍କ ମଧ୍ୟରେ ୬ ଫୁଟର ଦୂରତା ରଖିବେ ।

corona virusସେହିପରି କାମ କରିବାକୁ ଆସୁଥିବା କର୍ମଚାରୀଙ୍କୁ ମାସ୍କ, ହ୍ୟାଣ୍ଡ ଓ୍ଵାସ୍‌ ଓ ସାନିଟାଇଜର ଯୋଗାଇ ଦେବେ ଦୋକାନ ମାଲିକ ବା ପରିଚାଳକ । ବ୍ୟବସାୟ ପ୍ରତିଷ୍ଠାନରେ କାମ କରୁଥିବା କର୍ମଚାରୀ ଅସୁସ୍ଥ ଥିଲେ, ସେମାନଙ୍କୁ ଛୁଟି ଦେବା ପାଇଁ ପରାମର୍ଶ ଦିଆଯାଇଛି । ଏହା ସହ ବ୍ୟବସାୟିକ ପ୍ରତିଷ୍ଠାନମାନେ କୌଣସି ସଭା ସମିତି କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ନକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଖଣ୍ଡଗିରି ଅଞ୍ଚଳରେ ରହୁଥିବା ଲୋକ ଓ ବ୍ୟବସାୟୀଙ୍କୁ ପୋଲିସ ପକ୍ଷରୁ ଏନେଇ ମାଇକ୍‌ ଦ୍ୱାରା ସଚେତନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.