Below header

ଏହି ଗୋଟିଏ ଉପାୟରେ ଆପଣଙ୍କ କେଶ ହେବ ଘନ ଏବଂ କଳା, ଜାଣନ୍ତୁ କେମିତି କରିବେ ବ୍ୟବହାର

ପ୍ରାୟ ସମୟରେ ଦେଖିବାକୁ ମିଳେ ଯେ ବୟସ ବଢ଼ିବା ସହିତ କେଶ ମଧ୍ୟ ଧଳା ହୋଇଯାଇଥାଏ। ଏହାସହିତ ପୋଷଣ ଅଭାବରୁ କମ୍‌ ବୟସରେ ମଧ୍ୟ କେଶ ଧଳା ଦେଖିବାକୁ ଲାଗିଥାଏ। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଘରେ ହିଁ ଏମିତି ଏକ ଉପାୟ ନେଇ ଆସିଛୁ ଯାହାକୁ ଆପଣେଇ ଆପଣ ଧଳା କେଶକୁ ପ୍ରାକୃତିକ ଭାବରେ କଳା କରିପାରିବେ। ତେବେ ଆସନ୍ତୁ ଜାଣିବା କେମିତି କେଶକୁ କଳା କରିପାରିବେ।

ଆବଶ୍ୟକ ସାମଗ୍ରୀ

-୧ ଲିଟର ପାଣି

-୧୦ ଚାମଚ ଚା ପତି

-୬ ଚାମଚ କଫି

ପ୍ରସ୍ତୁତି ପ୍ରଣାଳୀ

ଗୋଟିଏ ପ୍ୟାନରେ ପାଣି ଏବଂ ଚା ପତି ପକାନ୍ତୁ। ଏହାକୁ ଭଲଭାବେ ଫେଣ୍ଟନ୍ତୁ ଏବଂ ଏହାପରେ କଫି ପାଉଡର ମିକ୍ସ କରନ୍ତୁ। ଏହି ମିଶ୍ରଣକୁ ୫ ମିନିଟ୍‌ ପାଇଁ ଫୁଟାନ୍ତୁ। ଗ୍ୟାସ୍‌ ବନ୍ଦ କରନ୍ତୁ ଏବଂ ଘୋଳକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ। ମିଶ୍ରଣକୁ ଛାଣି ଦିଅନ୍ତୁ ଏବଂ ଏହାପରେ ଯାଇ ଏହାକୁ କେଶରେ ଲଗାନ୍ତୁ। ୩୦ ମିନିଟ୍‌ ପରେ ନିଜ କେଶକୁ ସଫା ପାଣିରେ ଧୋଇ ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.