ସାକୀ-ସାକୀ ଗୀତରେ ସାର୍ଟ ଖୋଲି ନାଚିଲେ କ୍ରିକେଟର ୟୁଜ୍ବେନ୍ଦ୍ର ଚହଲ, ଦେଖନ୍ତୁ ଭାଇରଲ ଭିଡିଓ
କ୍ରିକେଟର ୟୁଜ୍ବେନ୍ଦ୍ର ଚହଲ ସୋସିଆଲ୍ ମିଡ଼ିଆରେ ଖୁବ୍ ଆକ୍ଟିଭ୍ ରହିଥାନ୍ତି । ଟିକ୍ଟକ୍ ରୁ ନେଇ ଇନ୍ଷ୍ଟାଗ୍ରାମ ଯାଏ ସବୁଥିରେ ସେ ଭିଡ଼ିଓ ପୋଷ୍ଟ କରି ଲୋକଙ୍କୁ ଉତ୍ସାହିତ କରୁଛନ୍ତି । ଏବେ ସେ ଏକ ଡ୍ୟାନ୍ସ କରୁଥିବାର ଭିଡ଼ିଓ ,ଶେୟାର କରିଛନ୍ତି ଏବଂ କହିଛନ୍ତି ସେ ଗୋଆରେ ଏନ୍ଜଏ କରୁଛନ୍ତି । ଭିଡିଓରେ ସେ ସାର୍ଟ ଖୋଲି ‘ସାକି ସାକି…’ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ।
#CmonAussie #TeamIndia #AUSvIND #T20WorldCup 🔥🔥🔥🔥🥳🥳🥳🥳🥳🥳 pic.twitter.com/wdguIVaNfN
— Smithified💘Stokesified 💘 (@Smithed49) February 21, 2020
ନ୍ଯୁଜିଲାଣ୍ଡରେ ୫ଟି ଟି-୨୦ ଓ ୩ଟି ଦିନିକିଆ ସିରିଜ୍ ଖେଳିବା ପରେ ଚହଳଙ୍କୁ ଆରାମ ଦିଆଯାଇଛି । ଭାରତ ଫେରି ସେ ନିଜର ପରିବାର ଓ ବନ୍ଧୁଙ୍କ ସହ ସମୟ ବିତାଉଛନ୍ତି । ସେ ନିଜର ଇନ୍ଷ୍ଟାଗ୍ରାମ ଷ୍ଟୋରୀରେ ଏହି ଡ୍ୟାନ୍ସ ଭିଡ଼ିଓକୁ ସେୟାର କରିଛନ୍ତି । ଏହାପରେ ପ୍ରଶଂସକମାନେ ଏହି ଭିଡ଼ିଓକୁ ଡାଉନ୍ ଲୋଡ୍ କରି ସୋସିଆଲ୍ ମିଡ଼ିଆରେ ସେୟାର କରିଛନ୍ତି ।
ନ୍ୟୁଜିଲାଣ୍ଡରେ ବି ଚହଲଙ୍କର ମସ୍ତି ଦେଖିବାକୁ ମିଳିଥିଲା । କେତେବେଳେ ଟିଭି ମାଧ୍ୟମରେ ଲୋକଙ୍କୁ ହସାଉଥିଲେ ତ କେତେବେଳେ ଖେଳାଳିଙ୍କ ସହ ମସ୍ତୀ କରୁଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଥିଲେ । ସୂଚନା ଅନୁଯାୟୀ ମାର୍ଚ୍ଚରେ ଚହଲ ଆଇପିଏଲ୍ରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ସହ ଖେଳିବାର ନଜର ଆସିବେ ।