ମହିଳା T-20 ବିଶ୍ୱକପରେ ହାରିଲା ବିଶ୍ୱ ଚାମ୍ପିଅନ୍‌, ଉଦଘାଟନୀ ମୁକାବିଲାରେ ଅଷ୍ଟ୍ରେଲିଆକୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ

କେନ୍ୟୁଜ୍(ବ୍ୟୁରୋ): ମହିଳା ଟି-ଟେ୍ଵଣ୍ଟି ବିଶ୍ୱକପରେ ହାରିଲା ବିଶ୍ୱ ଚାମ୍ପିଅନ୍‌ । ଉଦଘାଟନୀ ମୁକାବିଲାରେ ଅଷ୍ଟ୍ରେଲିଆକୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ । ୧୭ ରନରେ ବିଜୟୀ ହୋଇଛି ଭାରତ । ସିଡନୀରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ଚାରି ଓ୍ଵିକେଟ ହରାଇ କରିଥିଲା ୧୩୨ରନ୍‌ । ୧୩୩ ରନ୍‌ ବିଜୟ ଲକ୍ଷ୍ୟର ପିଛା କରି ମହିଳା କଙ୍ଗାରୁ ବାହିନୀ ନିର୍ଦ୍ଧାରିତ ବ୍ୟବଧାନରେ ଓ୍ଵିକେଟ ଫିଙ୍ଗିଥିଲା । କେବଳ ଏଲିସା ହେଲୀ ସର୍ବାଧିକ ୫୧ ରନ୍‌ ଓ ଏସଲେ ଗାର୍ଡନର ୩୪ ରନ୍‌ କରିଥିଲେ । ଅନ୍ୟ ଖେଳାଳି ଦୁଇ ଅଙ୍କ ବି ଛୁଇଁ ପାରିଲେ ନାହିଁ । ପୁନମ୍‌ ଯାଦବଙ୍କ ଘାତକ ବୋଲିଂ ଆଗରେ ଭୁଶୁଡି ପଡିଥିଲା ଅଷ୍ଟ୍ରେଲିଆର ବ୍ୟାଟିଂ ମେରୁଦଣ୍ଡ । ସେ ସର୍ବାଧିକ ୪ଟି ଓ୍ଵିକେଟ ଖସାଇଥିଲେ । ସେହିପରି ଶିଖା ପାଣ୍ଡେ ୩ଟି ଓ୍ଵିକେଟ୍‌ ଓ ରାଜେଶ୍ୱରୀ ଗାଏକଓ୍ଵାଡ ନେଇଥିଲେ ଗୋଟିଏ ଓ୍ଵିକେଟ୍‌ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.