ଜାଣନ୍ତୁ, ଆଜି ଆପଣଙ୍କ ରାଶିରେ କ’ଣ ଅଛି !
ମେଷ :
ଘରୋଇ ଖର୍ଚ୍ଚ କମ୍ ହେବ। ଶିକ୍ଷକଙ୍କର ମନ ପସନ୍ଦ ଜାଗାକୁ ବଦଳି ହେବ। ଘରୋଇ କମ୍ପାନୀରେ ଚାକିରି କରୁଥିବା ଲୋକଙ୍କୁ ଖୁସି ଖବର ମିଳିବ।
ବୃଷ :
ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ବନ୍ଧୁ ସହ ଭଲରେ ସମୟ ଅତିବାହିତ କରିବେ। ଶତ୍ରୁମାନେ ଯେତେ ସମସ୍ୟା ସୃଷ୍ଟି କରିବେ ଆପଣ ସେତେ ଲାଭ ପାଇବେ।
ମିଥୁନ :
କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବେ ବିଚାର ବିମର୍ଶ କରିନିଅନ୍ତୁ। କାରବାରରେ ଉତ୍ଥାନ ପତନ ଲାଗିରହିବ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବେ।
କର୍କଟ :
ନୂଆ ବିଚାର ପ୍ରୟୋଗ ପାଇଁ ସମୟ ଉତ୍ତମ। ପରିଶ୍ରମର ସକାରାତ୍ମକ ଫଳ ପାଇବେ। ଛାତ୍ରଛାତ୍ରୀ ଯୋଜନା ତିଆରି କରି ଅଧ୍ୟୟନ କରନ୍ତୁ।
ସିଂହ :
ଆପଣଙ୍କ ମନରେ ବହୁତ ସକାରାତ୍ମକ ଭାବନା ଆସିବ। ସାଥୀଙ୍କୁ ମନର କଥା କହିପାରନ୍ତି। ଆର୍ଥିକ ପକ୍ଷ ସୁଦୃଢ଼ ରହିବ। ବିବାହିତଙ୍କ ଲାଗି ଭଲ ଦିନଟିଏ।
କନ୍ୟା :
ଅଫିସରେ ଆପଣଙ୍କ କାମର ବୋଝ କମ୍ ରହିବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ଜୀବନସାଥୀଙ୍କ ପାଇଁ କୌଣସି ମୂଲ୍ୟବାନ ବସ୍ତୁ କିଣି ପାରନ୍ତି।
ତୁଳା :
ଜରୁରୀ କାମ ନିର୍ଦ୍ଧାରିତ ସମୟରେ ଶେଷ ହେବ। ଜମି ଦଲାଲଙ୍କୁ ଯଥେଷ୍ଟ ଧନଲାଭ ହେବ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ।
ବିଛା :
ଅଧିକାଂଶ ମାମଲାରେ ନିଜକୁ ଭାଗ୍ୟଶାଳୀ ମନେ କରିବେ। ବିଜ୍ଞାନ କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ସଫଳତା ମିଳିବ। ବ୍ୟବସାୟରେ ବକେୟା ଅର୍ଥ ପାଇପାରିବେ।
ଧନୁ :
ମାନସିକ ରୂପେ ସୁସ୍ଥ ରହିବେ। କୌଣସି ଶୁଭ ଖବର ମିଳିବ। ଶତ୍ରୁମାନେ ଦବି ରହିବେ। ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ କିଛି ନୂଆ ସୁଯୋଗ ପାଇବେ।
ମକର :
ଆତ୍ମବିଶ୍ବାସ ଓ ଆଶାରେ ପୂର୍ଣ୍ଣ ଦିନଟିଏ। କିଛି ନୂଆ ଅନୁଭବ ପ୍ରାପ୍ତି ହେବ। କାହାରିକୁ ଧାର ଦିଅନ୍ତୁ ନାହିଁ। ପ୍ରେମୀଯୁଗଳ ପରସ୍ପର ଲାଗି କିଛି ବିଶେଷ କରିବେ।
କୁମ୍ଭ :
ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ମିଳିବ। ଭୂସଂପତ୍ତି କିଣିବା ଯୋଗ ରହିଛି। ଘରକୁ କୌଣସି ବନ୍ଧୁ ଆସିପାରନ୍ତି।
ମୀନ :
ନିଜର ପ୍ରତିଭାକୁ ବିକଶିତ କରିବା ଲାଗି ବଡ଼ ସୁଯୋଗ ମିଳିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ପରିବାରରେ କୌଣସି ଦାୟିତ୍ବ ଗ୍ରହଣ କରିବେ।