ଜାଣନ୍ତୁ କେମିତି କଟିବ ଆଜିର ଦିନ
ମେଷ: ବେପାରରେ ସଫଳତା ଓ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ବାଦ ବିବାଦ ଠାରୁ ଦୂରେଇ ରହଲେ ଭଲ। ବନ୍ଧୁଙ୍କ ସହିତ ସାକ୍ଷାତ ଆଲୋଚନା ହେବ।
ବୃଷ: ଆପଣଙ୍କର ଜରୁରି କାମ ସ˚ପୂର୍ଣ୍ଣ ହେବ। ସରକାରୀ କ୍ଷେତ୍ରରୁ ଲାଭ ପାଇବେ। ସନ୍ଧ୍ୟାରେ କୌଣସି ଶୁଭ ସମାଚାର ମିଳିପାରେ। ପ୍ରିୟ ବନ୍ଧୁଙ୍କ ସହିତ ସମୟ ବଢ଼ିଆ ବିତିବ।
ମିଥୁନ: ମନରେ ପ୍ରସନ୍ନତା ବଜାୟ ରହିବ। ବଡ଼ କ˚ପାନି ସହିତ ସଉଦା କରିପାରନ୍ତି। ରାଜନୀତିରେ ଆର୍ଥିକ ଲାଭ ହେବ। ପରିବାର ଲୋକଙ୍କ ସହିତ ଅଧିକ ସମୟ ବିତିବ।
କର୍କଟ: କଳ୍ପନା ଶକ୍ତି ଆପଣଙ୍କ ଆଶା ପୂରା କରିବାରେ ସହାୟକ ହେବ। କୌଣସି କାମ ପାଇଁ ସମ୍ମାନିତ ହୋଇପାରନ୍ତି। ବିରୋଧୀମାନେ ପ୍ରଶ˚ସା କରିବେ।
ସି˚ହ: ଆପଣଙ୍କର ମନୋଭାବ କୌତୁକିଆ ରହିବ। ବନ୍ଧୁମାନଙ୍କ ସହିତ ଅଧିକ ସମୟ ବିତିବ। ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିବ। ଜୀବନସାଥୀଙ୍କ ପ୍ରେମ ଓ ସୁଖ ପାଇବେ।
କନ୍ୟା: ଆଗକୁ ବଢ଼ିବାର ଦିନଟିଏ। ଯାହା ବି କାମ କରିବେ ସଫଳତା ପାଇବେ। ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ମହିଳାମାନଙ୍କର ଗଳ୍ପ କବିତା ଆଦିରେ ରୁଚି ବଢ଼ିବ।
ତୁଳା: ଆଗକୁ ବଢ଼ି ଚାଳନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ରହିବ। କୌଣସି ଉଚ୍ଚପଦ ମିଳିପାରେ। ସରକାରୀ କାମରେ ଲୋକଙ୍କ ସହଯୋଗ ପାଇବେ।
ବିଛା: ପୂଜାପାଠରେ ରୁଚି ବଢ଼ିବ। ବ୍ୟାବସାୟିକ କାମରେ ଦୂର ଯାତ୍ରା। ରାଜନୀତିରେ ଆର୍ଥିକ ଲାଭ। ଦାଂପତ୍ୟ ଜୀବନ ମଧୁରତାରେ ପୂର୍ଣ୍ଣ ରହିବ।
ଧନୁ: ଧୈର୍ଯ୍ୟ ଧରି କାମ କରନ୍ତୁ, ସଫଳ ହେବେ। ବଡ଼ମାନଙ୍କ ମତ ଗ୍ରହଣ କରନ୍ତୁ। ବ୍ୟାବସାୟିକ ମାମଲାରେ ବାହାରକୁ ଯିବା ଲାଗି ଯୋଜନା କରିବେ।
ମକର: ଆପଣଙ୍କୁ କୌଣସି ଅଜ୍ଞାତ ସ୍ରୋତରୁ ଧନଲାଭ ହୋଇପାରେ। ବ୍ୟବସାୟୀଙ୍କ ଲାଗି ଦିନଟି ଅନୁକୂଳ। ଅଫିସରେ କୌଣସି ନୂଆ ଯୋଜନାରେ କାମ କରିପାରନ୍ତି।
କୁମ୍ଭ: ନିଜର ଲକ୍ଷ୍ୟ ସମ୍ବନ୍ଧରେ ବିଚାର ବିମର୍ଶ କରିବେ। ସରକାରୀ କାମରେ ଲାଭ ମିଳିବାର ଯୋଗ। ରାଜନୀତିକ କାମରେ ରୁଚି ରହିବ। ଜୀବନସାଥୀଙ୍କ ଠାରୁ ଭଲ ଖବର ପାଇବେ।
ମୀନ: ମନରେ ଥିବା ନକରାତ୍ମକ ଚିନ୍ତା ସମାପ୍ତ ହେବ। ଜୀବନସାଥୀଙ୍କ ସହିତ ଧର୍ମସ୍ଥାନକୁ ଯିବାର ଯୋଜନା କରିବେ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।