Below header

ପୁଣି ପିସିସି ଅଦଳବଦଳ ନେଇ ଚର୍ଚ୍ଚା ଜୋର, ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଡକରା ପାଇ ଦିଲ୍ଲୀ ଯାଇଥିବା ମିଳିଲା ସୂଚନା

କଟକ(କେନ୍ୟୁଜ୍): ପୁଣି ପିସିସି ଅଦଳବଦଳ ନେଇ ଚର୍ଚ୍ଚା ଜୋର । ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଡକରା ପାଇ ଦିଲ୍ଲୀ ଯାଇଥିବା ସୂଚନା ମିଳିଛି । ଦିଲ୍ଲୀରେ ମହମ୍ମଦ ମୋକିମ ବରିଷ୍ଠ କଂଗ୍ରେସ ନେତା ଭେନୁଗୋପାଲଙ୍କୁ ଭେଟିଛନ୍ତି । ହେଲେ ନିର୍ଦ୍ଦିଷ୍ଟ ଭାବେ ସେ କେଉଁ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ସେନେଇ କିଛି ପ୍ରତିକ୍ରିୟା ରଖିନାହାନ୍ତି । କିଛି ଦିନ ହେଲା ପିସିସି ସଭାପତି ପଦକୁ ନେଇ ଟଣାଓଟରା ଲାଗି ରହିଛି। ରାଜ୍ୟ କଂଗ୍ରେସର ଗୋଟିଏ ଗୋଷ୍ଠୀ ମୋକିମଙ୍କୁ ପିସିସି ମୁଖିଆ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଏନେଇ ଦିଲ୍ଲୀ ଦରବାରରେ ବି ଲବି କରୁଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.