କୋହାଭରା କଣ୍ଠରେ କୋର୍ଟ ବାହାରେ ନିର୍ଭୟା ମାଙ୍କ ପ୍ରତିକ୍ରିୟା, ‘ଆଇନ ଉପରୁ ଆଶା ଭରଷା ହରାଇବାକୁ ବସିଛି’।
ଦିଲ୍ଲୀ(କେନ୍ୟୁଜ୍): ନିର୍ଭୟା ପିଶାଚଙ୍କର ନୂଆ ଡେଥ ୱାରେଣ୍ଟ ଜାରି କରିବା ଦାବିରେ ଆଜି ଅଦାଲତରେ ଶୁଣାଣି ହୋଇଥିଲା। ଅଦାଲତରେ ଅଭିଯୁକ୍ତ ପବନ କୁମାରର ଓକିଲ କହିଛନ୍ତି ପବନ ପାଖରେ କେହି ଓକିଲ ନାହାନ୍ତି। ଏହା ଉପରେ ଅଦାଲତ ଅଭିଯୁକ୍ତ ପବନ କୁମାରକୁ କାନୁନ ଅନୁଯାୟୀ ସହାୟତା କରିବା ପାଇଁ ଅନୁମତି ଦେଇଥିଲେ। ଅଭିଯୁକ୍ତକୁ ସହାୟତା କରିବା ନେଇ ଅଦାଲତଙ୍କ ନିଷ୍ପତି ଶୁଣି ନିର୍ଭୟାଙ୍କ ଦୋଷୀଙ୍କ ବିରୋଧରେ ଡେଥ ୱାରେଣ୍ଟ ଜାରି କରିବା ପାଇଁ ଦାବି କରିଥିଲେ। ଏହା ପରେ ନିର୍ଭୟାଙ୍କ ମା କୋର୍ଟ ପରିସରରେ କାନ୍ଦିପକାଇଥିଲେ ।
କାନ୍ଦି କାନ୍ଦି କହିଥିଲେ ‘ମୋର ଅଧିକାର କଣ ହେଲା?…., ମୁଁ ଏଠି ହାତ ଯୋଡି ଛିଡା ହୋଇଛି…, ଦୟାକରି ଡେଥ ୱାରେଣ୍ଟ ଜାରି କରନ୍ତୁ…, ମୁଁ ବି ଜଣେ ମଣିଷ…୭ ବର୍ଷଠାରୁ ଅଧିକ ହୋଇଗଲାଣି…’ ଏଭଳି ଢଙ୍ଗରେ ନିଜର କୋହାଭରା କଣ୍ଠରେ ଅଦାଲତରେ ଦୁଃଖ ଜଣାଇଥିଲେ ନିର୍ଭୟାଙ୍କ ମା।
ଉଭୟ ପକ୍ଷଙ୍କ ବୟାନ ଶୁଣିବା ପରେ ଅଦାଲତ ଏହି ମାମଲା ଉପରେ ଗୁରୁବାର ଦିନ ଶୁଣାଣି କରିବାକୁ ସ୍ଥଗିତ ରଖିଥିଲେ। ଏହି ସମୟରେ ପୀଡିତାଙ୍କ ମା କାନ୍ଦି କାନ୍ଦି କୋର୍ଟ ବାହାରକୁ ଚାଲିଆସିଥିଲେ ଓ ବାହାରେ ଗଣମାଧ୍ୟମ ଆଗରେ କହିଥିଲେ ‘ମୁଁ ଏବେ ଆଶା ଓ ବିଶ୍ବାସ ହରାଇବାକୁ ବସିଛି, କୋର୍ଟକୁ ଦୋଷୀମାନଙ୍କର ଚାଲ ବୁଝିବାକୁ ପଡିବ, ଯଦି ପବନକୁ ନୂଆ ଓକିଲ ଦିଆଯାଏ ତେବେ ସେ ପୁଣି ଅଦାଳତରେ ଭିନ୍ନ ଭିନ୍ନ ପ୍ରସଙ୍ଗ ଉଠାଇ ଆଇନର ଗଳାବାଟ ଖୋଜିବ,’।
ପୀଡିତାଙ୍କ ମା କହିଛନ୍ତି ଜଜ୍ ଦୋଷୀ ମାନଙ୍କୁ ଫାଶୀ ଦେବାପାଇଁ ତାରିଖ ନିର୍ଣ୍ଣୟ କରୁନାହାନ୍ତି। ଏହାଦ୍ବାରା ଦୋଷୀମାନଙ୍କୁ ସାହାଯ୍ୟ ମିଳୁଛି। ମୁଁ ସୁପ୍ରିମକୋର୍ଟକୁ ଅପିଲ କରୁଛି ସେ ଡେଥ ୱାରେଣ୍ଟ ଜାରି କରନ୍ତୁ କହିଁକିନା ପଟିଆଲା ହାଉସ କୋର୍ଟ ଫ୍ରେସ ଡେଥ ୱାରେଣ୍ଟ କରିବା ମୁଡରେ ନାହଁନ୍ତି… ମୋତେ ଆଶା ଅଛି ଏହିଠାରେ ହିଁ ମୋତେ ନ୍ୟାୟ ମିଳିବ… ଏହି ସବୁ ଦୋଷୀ କାନୁନକୁ ଅପବ୍ୟବହାର କରୁଛନ୍ତି.. ମୁଁ ବୁଝିପାରୁନାହିଁ ଅଦାଳତ ଏହା କହିଁକି ବୁଝିପାରୁନାହାନ୍ତି ବୋଲି ନିର୍ଭୟାଙ୍କ ମା ପ୍ରଶ୍ନ କରିଛନ୍ତି।
କହିରଖୁଛୁ ପୀଡିତାଙ୍କ ପରିବାର ଓ ଦିଲ୍ଲୀ ସରକାର ନୂଆ ଡେଥ ୱାରେଣ୍ଟ ଜାରି କରିବା ପାଇଁ ଆବେଦନ କରିଥିଲେ। ଦୋଷୀ ବିନୟ ଶର୍ମା, ମୁକେଶ କୁମାର ସିଂହ, ପବନ ଗୁପ୍ତା, ଓ ଅକ୍ଷୟ ଠାକୁରକୁ ୧ ଫେବୃଆରୀ ସକାଳ ୬ଟାରେ ଦିଆଯାଇଥାନ୍ତା, କିନ୍ତୁ ୩୧ ଜାନୁଆରୀକୁ କୋର୍ଟ ଏହାକୁ ଟାଳି ଦେଇଥିଲେ। ଆଜି ଏହି ଖବର ଆସିଛି ଯେ ପୀଡିତାଙ୍କର ପୈତୃକ ଗାଁରେ ତାଙ୍କର ସମ୍ପର୍କୀୟଙ୍କୁ ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ ଦୁର୍ବ୍ୟବହାର କରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।