Below header

ରାଶିଫଳ: ପାରିବାରିକ ସମସ୍ୟାରୁ ମୁକ୍ତି ପାଇବେ, କର୍ମକ୍ଷେତ୍ରରେ ମନ ମୁତାବକ କାମ ମିଳିବ

ଆପଣଙ୍କୁ ଶୁଭ ସୂଚନା ମିଳିବ। କର୍ମକ୍ଷେତ୍ରରେ ମନ ମୁତାବକ କାମ ମିଳିବ। ମନର ଇଚ୍ଛା ପୂରଣ ହେବ। ପରିବାର ସହ ଆପଣଙ୍କ ସମ୍ପର୍କ ଭଲ ରହିବ। ଆପଣ ବ୍ୟସ୍ତ ରହିବେ। ଅଜଣା ବ୍ୟକ୍ତିଙ୍କ ସହ ସାକ୍ଷାତ ଆପଣଙ୍କ ପାଇଁ ଲାଭଦାୟକ ହେବ। ପାରିବାରିକ ସମସ୍ୟାରୁ ମୁକ୍ତି ପାଇବେ।

ମେଷ: ଶୁଭ ସୂଚନା ମିଳିବ। କର୍ମକ୍ଷେତ୍ରରେ ମନ ମୁତାବକ କାମ ମିଳିବ। ମନର ଇଚ୍ଛା ପୂରଣ ହେବ। ପରିବାର ସହ ଆପଣଙ୍କ ସମ୍ପର୍କ ଭଲ ରହିବ।

ବୃଷ: ଆଜି ଆପଣ ବ୍ୟସ୍ତ ରହିବେ। ଅଜଣା ବ୍ୟକ୍ତିଙ୍କ ସହ ସାକ୍ଷାତ ଆପଣଙ୍କ ପାଇଁ ଲାଭଦାୟକ ରହିବ। ପାରିବାରିକ ସମସ୍ୟାରୁ ମୁକ୍ତି ମିଳିବ।

ମିଥୁନ: ନିଜର ବୁଦ୍ଧି ଯୋଗୁ ଆପଣ ସବୁକିଛି ପାଇବେ। ଜୀବନସାଥୀଙ୍କ ସହଯୋଗ ମିଳିବ। ବଡ଼ଙ୍କ ପରାମର୍ଶ କାମରେ ଆସିବ। କାର୍ଯ୍ୟ କ୍ଷମତା ବଢ଼ିବ।

କର୍କଟ: ମନ ମୁତାବକ କାମ ମିଳିବା ଦ୍ୱାରା ମନ ଖୁସି ରହିବ। ଛୋଟମାନଙ୍କ ଦୋଷ କ୍ଷମା କରି ଦିଅନ୍ତୁ। ନୂଆ ଗାଡ଼ି କିଣିବା ପାଇଁ ଆଜିର ଦିନଟି ଭଲ।

ସିଂହ: ଆପଣଙ୍କ କୌଣସି ବଡ଼ ଲକ୍ଷ୍ୟ ପୂରଣ ହେବ। ମାଙ୍ଗଳିକ କାର୍ଯ୍ୟରେ ସାମିଲ ହେବେ। ଆପଣଙ୍କର ପୁରୁଣା ଭୁଲ୍‌ରୁ ଆଜି ପରଦା ଉଠିପାରେ।

କନ୍ୟା: ବିଦ୍ୟାର୍ଥୀମାନଙ୍କର ଉଚ୍ଚଶିକ୍ଷା ମାର୍ଗ ପ୍ରଶସ୍ତ ହେବ। ଚାକିରି କରୁଥିବା ଲୋକଙ୍କୁ କୌଣସି ସମସ୍ୟା ହୋଇପାରେ। ଧନ ଉଧାର ଦିଅନ୍ତୁ ନାହିଁ।

ତୁଳା: ରଚନାତ୍ମକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ଭଲ ଲାଭ ମିଳିବ। ଆର୍ଥିକ ସ୍ଥିତି ଦୃଢ଼ ହେବ। ପରିବାରର ବଡ଼ମାନଙ୍କ କଥା ରଖନ୍ତୁ।

ବିଛା: ପ୍ରତିକୂଳ ସ୍ଥିତିରେ ଧୌର୍ଯ୍ୟ ବଜାୟ ରଖନ୍ତୁ। ବ୍ୟବସାୟ କରୁଥିବା ଲୋକ କାହା ଉପରେ ଭରସା କରନ୍ତୁ ନାହିଁ। କୌଣସି ଶୁଭ ସୂଚନା ମିଳିପାରେ।

ଧନୁ: ଏକରୁ ଅଧିକ ସ୍ରୋତରୁ ଆୟ ପ୍ରାପ୍ତି ହେବ। ପ୍ରଶାସନିକ କାର୍ଯ୍ୟରେ ଆଗକୁ ବଢ଼ିବେ। ବିଦ୍ୟାର୍ଥୀମାନେ କୌଣସି ପରୀକ୍ଷାରେ ବିଜୟ ହାସଲ କରିବେ।

ମକର: ପଦ ପ୍ରତିଷ୍ଠା ବଢ଼ିବା ଦ୍ୱାରା ଖୁସି ହେବେ। କାର୍ଯ୍ୟକ୍ଷେତ୍ରରେ ଯୋଗ୍ୟତା ଅନୁସାରେ କାମ ମିଳିବ। ଆପଣ ଲକ୍ଷ୍ୟ ପ୍ରତି ସମର୍ପିତ ରହିବେ।

କୁମ୍ଭ: ସାଙ୍ଗମାନଙ୍କ ସହିତ କୌଣସି ମାଙ୍ଗଳିକ କାର୍ଯ୍ୟରେ ସାମିଲ ହେବେ। ଆଧ୍ୟାତ୍ମିକ କାର୍ଯ୍ୟରେ ଭାଗ ନେବେ। ମନର ଇଚ୍ଛା ପୂରଣ ହେବ।

ମୀନ: ପରିବାରର ସହଯୋଗ ମିଳିବ। ବ୍ୟବସାୟରେ ବିପଦପୂର୍ଣ୍ଣ କାମ କରନ୍ତୁ ନାହିଁ। ବିଦ୍ୟାର୍ଥୀମାନଙ୍କୁ ଅଧିକ ପରିଶ୍ରମ କରିବାର ଆବଶ୍ୟକ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.