ବସରେ ଲାଗିଲା ନିଆଁ: ୨୫ ଜୀବନ୍ତ ଦଗ୍ଧ, ଆଗକୁ ବଢ଼ିପାରେ ମୃତ୍ୟୁସଂଖ୍ୟା

ମହାରାଷ୍ଟ୍ରରେ ବସରେ ନିଆଁ ଲାଗି ୨୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମହାରାଷ୍ଟ୍ର ବୁଲଢାଣା ଜିଲ୍ଲା ଅନ୍ତର୍ଗତ ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସ େଓ୍ଵରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଆହତଙ୍କ ଭିତରେ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।

ନୂଆଦିଲ୍ଲୀ : ବସରେ ଲାଗିଲା ନିଆଁ । ୨୫ ଜଣ ଜୀବନ୍ତ ଦଗ୍ଧ । ଅନେକ ଆହତ ହୋଇଛନ୍ତି । ମହାରାଷ୍ଟ୍ର ବୁଲଢାଣା ଜିଲ୍ଲା ଅନ୍ତର୍ଗତ ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସ େଓ୍ଵରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଆହତଙ୍କ ଭିତରେ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ତେଣୁ ଆଗକୁ ବଢ଼ିପାରେ ମୃତ୍ୟୁସଂଖ୍ୟା । ୩୨ ଜଣ ଯାତ୍ରୀଙ୍କୁ ନେଇ ବସଟି ଯାଉଥିଲା । ଏମିତିବେଳେ ହଠାତ୍‌ ବସରେ ନିଆଁ ଲାଗିଯାଇଥିଲା । ଆହତଙ୍କୁ ବୁଲଢାଣା ସିଭିଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କେମିତି ଓ କେଉଁ ପରିସ୍ଥିତିରେ ବସରେ ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.