Below header

ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ମେଷ : ଆଜି ବନ୍ଧୁଙ୍କ ସହଯୋଗ ସମସ୍ୟା ସମାଧାନରେ ସାହାଯ୍ୟ କରିବେ। କଳା,ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ତଥା ପ୍ରଶାସନ, ପରିବହନ, ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ଆଜିର ଆନୁଷ୍ଠାନିକ କାମ, ବାଣିଜ୍ୟ, ବ୍ୟବସାୟ ଓ ରାଜନୈତିକ ଆଲୋଚନା ସକାଶେ ଦିନଟି ମନ୍ଦ ହେବନାହିଁ।

ବୃଷ : କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବେ ବିଚାର ବିମର୍ଶ କରିନିଅନ୍ତୁ। କାରବାରରେ ଉତ୍‍ଥାନ ପତନ ଲାଗିରହିବ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବେ। ନୂଆ ବିଚାର ପ୍ରୟୋଗ ପାଇଁ ସମୟ ଉତ୍ତମ। ପରିଶ୍ରମର ସକାରାତ୍ମକ ଫଳ ପାଇବେ।

ମିଥୁନ : ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି । ସାଧାରଣ କଥାକୁ ନେଇ ସମ୍ପର୍କୀୟ ମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ। ବିଳାସବ୍ୟସନ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତ ହେବା ମଉକା ପାଇପାରିବେ।

କର୍କଟ : ଆଜି ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ସମ୍ପର୍କ ଭଲ ରହି ନ ପାରେ। ଗୁରୁତ୍ୱପୂର୍ଣ୍ଣ ଥିବା କୌଣସି କାର୍ଯ୍ୟ ସକାଶେ ଆର୍ଥିକ ସ୍ଥିତି ଦୁଶ୍ଚିନ୍ତାର କାରଣ ହେବାର ସୂଚନା ରହିଛି। କଳା, କାରିଗରି, ପ୍ରଶାସନିକ କାର୍ଯ୍ୟ, ଆଇନ, ସଭାସମିତି ରେ ପ୍ରଶଂସିତ ହେବେ।

ସିଂହ : ଆତ୍ମବିଶ୍ବାସ ଓ ଆଶାରେ ପୂର୍ଣ୍ଣ ଦିନଟିଏ। କିଛି ନୂଆ ଅନୁଭବ ପ୍ରାପ୍ତି ହେବ। କାହାରିକୁ ଧାର ଦିଅନ୍ତୁ ନାହିଁ। ପ୍ରେମୀଯୁଗଳ ପରସ୍ପର ଲାଗି କିଛି ବିଶେଷ କରିବେ। ଜରୁରୀ କାମ ନିର୍ଦ୍ଧାରିତ ସମୟରେ ଶେଷ ହେବ। ଜମି ଦଲାଲଙ୍କୁ ଯଥେଷ୍ଟ ଧନଲାଭ ହେବ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ।

କନ୍ୟା : ଆପଣଙ୍କୁ ଅନେକ ଗୁଡିକ କ୍ଷେତ୍ରରୁ ଧନ ଲାଭ ମିଳିପାରେ। ଆପଣଙ୍କ କଠିନ ପରିଶ୍ରମ ଓ ପରିବାର ଜଣଙ୍କ ସହଯୋଗ କାରଣରୁ ଆପଣଙ୍କୁ ଆସୁଥିବା ସମୟରେ ବହୁମାତ୍ରାରେ ଖୁସି ଓ ସଫଳତା ପ୍ରାପ୍ତ ହେବ। କୌଣସି ଭଲ ଖବର ମିଳିବାର ସମ୍ଭାବନା। ଜରୁରୀ ମକଦ୍ଦମା ଆପଣଙ୍କ ପକ୍ଷରେ ହୋଇପାରେ।

ତୁଳା : ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ବନ୍ଧୁ ସହ ଭଲରେ ସମୟ ଅତିବାହିତ କରିବେ। ଶତ୍ରୁମାନେ ଯେତେ ସମସ୍ୟା ସୃଷ୍ଟି କରିବେ ଆପଣ ସେତେ ଲାଭ ପାଇବେ।କାରବାରରେ ଉତ୍‍ଥାନ ପତନ ଲାଗିରହିବ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବେ।

ବିଛା : ଯଦି କର୍ମକ୍ଷେତ୍ରରେ କାହାକୁ ଠକିଥିବେ ଆଜି ଧରାପଡିଯିବ। ଜମିଜମା ଏବଂ ଗାଡିକୁ ନେଇ କିଛି କଷ୍ଟ ପାଇପାରନ୍ତି। ରଚନାତ୍ମକ କାମରେ ସୁନାମ ଅର୍ଜନ କରିବେ। ଅର୍ଥାଗମ ହୋଇପାରେ। କୌଶଳ ଅବଲମ୍ବନ କରି ଲକ୍ଷ୍ୟ ପୂରଣରେ ସମର୍ଥ ହୋଇପାରନ୍ତି।

ଧନୁ : କୌଣସି ନୂଆ କାର୍ଯ୍ୟ ପ୍ରାରମ୍ଭ କରିବା ପାଇଁ ଆଜି ସମୟ ଅନୁକୂଳ ରହିବ। ଆଜି ସରକାରୀ ଲାଭ ମିଳିବାର ସମ୍ଭାବନ ଅଛି। ବ୍ୟାପାର ଏବଂ ବ୍ୟବସାୟରେ ଲାଭ ହେବ। ବିଚାରରେ ଶୀଘ୍ର ପରିବର୍ତ୍ତନ ଆସିବ।

ମକର : ଶାରୀରିକ, ମାନସିକ ଏବଂ ଆର୍ଥିକ ପ୍ରତ୍ୟେକ ଦୃଷ୍ଟିରେ ଆଜିର ଦିନ ଆପଣଙ୍କପାଇଁ ଭଲ ପ୍ରମାଣିତ ହେବ। ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଖର୍ଚ୍ଚ ହେବ। ମହତ୍ତ୍ଵପୂର୍ଣ୍ଣ କାଗଜପତ୍ର କିମ୍ବା କୋର୍ଟ- କଚେରୀ ମାମଲାରେ ସାବଧାନ ରହିବାର ଆବଶ୍ୟକତା ଅଛି। ଅର୍ଥ ଦେବା-ନେବା ପାଇଁ ଅନୁକୂଳ ସମୟ ନୁହେଁ।

କୁମ୍ଭ : ଆଜି ନିଜ ପରିସରରେ ସାଧାରଣ କଥାକୁ ବଡ଼ କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପର କ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ। ମାଲି ମକଦ୍ଦମା, ଜମିଜମା ସମସ୍ୟା, ଚୁକ୍ତିପତ୍ର ପ୍ରଭୃତିରେ ସୁଫଳ ପାଇବେ।

ମୀନ : ଆପଣଙ୍କ ପ୍ରୟାସ ଲାଭଦାୟକ ପ୍ରମାଣିତ ହେବ। ରାଜ୍ୟ ବାହାରକୁ ଯିବାର ରାସ୍ତା ଉନ୍ମୁକ୍ତ ହେବ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ଜରୁରୀ କାମରେ ଯିବାକୁ ଥିଲେ ଆତ୍ମବିଶ୍ବାସ ବଜାୟ ରଖନ୍ତୁ। ରାଜନୀତିରେ ସଫଳତା ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.