Below header

ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି ରହିବ ଆପଣଙ୍କ ପ୍ରେମ ସମ୍ପର୍କ

ଖୁସି ରହିବେ, ସାଙ୍ଗଙ୍କ ସହ ଭେଟ ହୋଇପାରେ । ସ୍ୱାସ୍ଥ୍ୟ ଭଲ ରହିବ । କାହା ସହ ଝଗଡା କରନ୍ତୁ ନାହିଁ । ପିତାଙ୍କ ସହ ଖୁସିର ସମୟ କାଟିବେ । ଚାକିରି କ୍ଷେତ୍ରରେ କିଛି ଖୁସି କଥା ଶୁଣି ପାରନ୍ତି ।

ମେଷ : ଆଜି ଆପଣଙ୍କ ପାଇଁ କଷ୍ଟଦାୟକ ଦିନ ହୋଇପାରେ । ଦାମ୍ପତ୍ୟ ଜୀବନରେ ସମସ୍ୟା ହୋଇପାରେ । ଆପଣ ଆଜି ଦୁଃଖରେ ରହିପାରନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିବ । ବାହାରକୁ ଯାତ୍ରା କରିପାରନ୍ତି । ପରିବାର ସହ ସମୟ ଅତିବାହିତ କରିବେ । ସାଙ୍ଗ ଏବଂ ଭାଇଭଉଣୀଙ୍କ ବୁଲାବୁଲି କରିପାରନ୍ତି ।

ବୃଷ : ଆଜି ଆପଣ ବାହାରେ ବୁଲାବୁଲି ଏବଂ ସପିଂ କରିବାକୁ ଇଚ୍ଛା କରିପାରନ୍ତି, କିନ୍ତୁ ଏହା ଆପଣଙ୍କ ବଜେଟ୍ ଉପରେ ମଧ୍ୟ ପ୍ରଭାବ ପକାଇପାରେ । ଦିନଟି ବହୁତ ଖୁସିରେ କଟିବ । ମା’ଙ୍କ ସହ ସମୟ ବିତାଇବେ ।

ମିଥୁନ : ଶିକ୍ଷକ ଏବଂ ପରାମର୍ଶଦାତା ଆପଣଙ୍କୁ ମାର୍ଗଦର୍ଶନ କରିବେ ଯାହା ଆପଣଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବ । ଜୀବନ ସାଥୀଙ୍କୁ ଭଲ ଭାବେ ଜାଣିପାରିବେ, ଯାହାଦ୍ୱାରା ତାଙ୍କ ଉପରେ ବିଶ୍ୱାସ ବଢିବ । କୌଣସି ପ୍ରକାରର ନୂଆ କାମ କରିପାରନ୍ତି ।

କର୍କଟ : ନିଜ ପ୍ରେମରେ ଆତ୍ମ ସମ୍ମାନ ରହିବା ଭଲ, କିନ୍ତୁ ଏହାକୁ ଇଗୋ ହେବାକୁ ଦିଅନ୍ତୁ ନାହିଁ । ନଚେତେ ଆପଣଙ୍କ ସମ୍ପର୍କ ଭାଙ୍ଗି ପାରେ । ପିଲାମାନଙ୍କ ଠାରୁ ଖୁସି ଖବର ଶୁଣିପାରନ୍ତି । ସ୍ୱାସ୍ଥ୍ୟର ଯତ୍ନ ନେବା ଜରୁରୀ । ପରିବାରରେ ଭଲ ସମୟ କାଟିବେ ।

ସିଂହ : ଆଜି ଆପଣଙ୍କ ବିବାହ ପାଇଁ କିଛି କଥା ହୋଇପାରେ । ଖୁସି ରହିବେ, ସାଙ୍ଗଙ୍କ ସହ ଭେଟ ହୋଇପାରେ । ସ୍ୱାସ୍ଥ୍ୟ ଭଲ ରହିବ । କାହା ସହ ଝଗଡା କରନ୍ତୁ ନାହିଁ । ପିତାଙ୍କ ସହ ଖୁସିର ସମୟ କାଟିବେ । ଚାକିରି କ୍ଷେତ୍ରରେ କିଛି ଖୁସି କଥା ଶୁଣି ପାରନ୍ତି ।

କନ୍ୟା : ଏହି ରାଶିର ଲୋକମାନେ ବହୁତ ଖୁସି ରହିବେ । ଲଭ୍‌ମେଣ୍ଟଙ୍କ ସହ ଭଲ ସମୟ ବିତାଇବେ । ବଡ଼ ଲୋକଙ୍କ ଠାରୁ ଆଶିର୍ବାଦ ମିଳିବ । କିଛି ନୂଆ କାମ କରିପାରନ୍ତି । କୌଣସି ପ୍ରକାରର ନୂଆ ବନ୍ଧନରେ ବନ୍ଧି ହୋଇପାରନ୍ତି ।

ତୁଳା : ବନ୍ଧୁଙ୍କ ସହିତ ଖୁସି ରହିବେ । ମା’ଙ୍କ ସହ ମଧ୍ୟ ଭଲ ସମୟ ବିତାଇବେ । ନୂତନ ପରିବେଶରେ ଆପଣ ନୂତନ ଅନୁଭୂତି ମିଳିବ, ଯାହାକୁ ଆପଣ ନିଜ ଦାମ୍ପତ୍ୟ ଜୀବନରେ ଖୁସି ଆଣିବ ।

ବିଛା : ଆଗରୁ ପ୍ରସ୍ତୁତ ଯୋଜନାଗୁଡ଼ିକ ଭବିଷ୍ୟତରେ ଲାଭଦାୟକ ହୋଇପାରେ । ଆପଣଙ୍କ ସାଙ୍ଗମାନେ ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ ରହିପାରନ୍ତି । ଆପଣଙ୍କ ଖୁସି ମନୋଭାବ ଆପଣଙ୍କୁ ସମସ୍ତ ଚିନ୍ତାରୁ ମୁକ୍ତ କରିବ ଏବଂ ସୁଖମୟ ଜୀବନଯାପନ କରିପାରନ୍ତି ।

ଧନୁ : ଆପଣଙ୍କ ପାଇଁ ଆଜି ବହୁତ ଭଲ ଦିନ ହେବାକୁ ଯାଉଛି । ପରିବାର ସହ ଖୁସି ରହିବେ । ସାଙ୍ଗଙ୍କ ସହ ବାହାରକୁ ଯାଇପାରନ୍ତି । ବଡ଼ ଲୋକଙ୍କ ଠାରୁ ଆଶିର୍ବାଦ ମିଳିପାରେ । ଛତ୍ରଛାତ୍ରୀଙ୍କ ପାଇଁ ଭଲ ଦିନ ହେବାକୁ ଯାଉଛି । ଦାମ୍ପତ୍ୟ ଜୀବନରେ ମଧ୍ୟ ବହୁତ ଖୁସି ମିଳିପାରେ ।

ମକର : ଆଜି ଆପଣ କିଛି ଲୋକଙ୍କୁ ଭେଟିବାକୁ ଯାଉଛନ୍ତି ଯେଉଁମାନେ ଆପଣଙ୍କୁ ସାରା ଜୀବନ ସମର୍ଥନ କରିବେ । ବ୍ୟସ୍ତ ରହିବା ହେତୁ, ନିଜ ପାଟର୍ନରଙ୍କୁ କମ୍ ସମୟ ଦେବାରେ ସକ୍ଷମ ହେବ । କିଛି କଥା ପାଇଁ ଖୁସି ରହିବେ । ପରିବାର ଲୋକ ଆପଣଙ୍କ ଉପରେ ବହୁତ ବିଶ୍ୱାସ କରିବେ ।

କୁମ୍ଭ : ଆଜିର ଦିନ ଆପଣ ବହୁତ ଖୁସି ରହିବେ । ମା ଓ ବାପା ଆପଣଙ୍କୁ ବହୁତ ଭଲ ପାଇବା ଦେବେ । କାଙ୍ଗଙ୍କ ସହ ଭେଟ ହୋଇପାରେ । ଆଜି ଆପଣ ସମ୍ପର୍କ ବିଷୟରେ ଚିନ୍ତିତ ହୋଇପାରନ୍ତି କିମ୍ବା ଆପଣଙ୍କ ପାଇଁ କିଏ ଉପଯୁକ୍ତ ତାହା ଆପଣ ସ୍ଥିର କରିବାରେ ସମର୍ଥ ହୋଇନପାରନ୍ତି ।

ମୀନ : ବିଶ୍ୱାସ, ସମ୍ମାନ ଏବଂ ପ୍ରେମ ସହିତ, ସମସ୍ତ ସମ୍ପର୍କ ରହିବା ଅତ୍ୟନ୍ତ ଜରୁରୀ, ଏପରି ଭାବେ ଆପଣଙ୍କ ସମ୍ପର୍କ ବହୁତ ଭଲ ହୋଇପାରିବ । କର୍ମକ୍ଷେତ୍ରରେ କିଛି ଭଲ କଥା ଶୁଣି ପାରନ୍ତି । ପରିବାର ଲୋକଙ୍କ ସମର୍ଥନ ମିଳିପାରେ । ଆଜି ଆପଣ ବହୁତ ଖୁସି ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.