ଭାରତ-ମିଆଁମାର ସୀମାରେ ଲାଗିବ ତାର ବାଡ଼, ଦୁଇ ଦେଶ ମଧ୍ୟରେ ବନ୍ଦ ହେବ ମୁକ୍ତ ଚଳାଚଳ

ଭାରତ-ମିଆଁମାର ସୀମା ଆଉ ପୂର୍ବ ପରି ଖୋଲାମେଲା ରହିବ ନାହିଁ । ବାଂଲାଦେଶ ପରି ଏହି ସୀମାରେ ମଧ୍ୟ କଣ୍ଟା ତାରବାଡ଼ ଘେରା ହେବ । କେନ୍ଦ୍ର ମିଆଁମାର ସୀମାରେ ମୁକ୍ତ ତଥା ଅବାଧ ଆତଯାତ ବ୍ୟବସ୍ଥାର ପୁନର୍ବିଚାର କରୁଥିବା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ନୂଆଦିଲ୍ଲୀ : ଭାରତ-ମିଆଁମାର ସୀମା ଆଉ ପୂର୍ବ ପରି ଖୋଲାମେଲା ରହିବ ନାହିଁ । ବାଂଲାଦେଶ ପରି ଏହି ସୀମାରେ ମଧ୍ୟ କଣ୍ଟା ତାରବାଡ଼ ଘେରା ହେବ । କେନ୍ଦ୍ର ମିଆଁମାର ସୀମାରେ ମୁକ୍ତ ତଥା ଅବାଧ ଆତଯାତ ବ୍ୟବସ୍ଥାର ପୁନର୍ବିଚାର କରୁଥିବା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଫ୍ରି ମୁଭମେଣ୍ଟ ରେଜିମ୍- FMR ଏବଂ ସୀମା ଫେନସିଂ ଶେଷ ହେବା ସହିତ ସୀମା ଆରପାରିରୁ ଭାରତକୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ଭିସା ବାଧ୍ୟତାମୂଳକ ହେବ । ଗୁଆହାଟୀରେ ଆସାମ ପୋଲିସର ନୂତନ ନିଯୁକ୍ତ କମାଣ୍ଡୋଙ୍କ ପ୍ୟାରେଡକୁ ସମ୍ବୋଧିତ କରି ଶାହା ଏହି ଘୋଷଣା କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ଯେ, କେନ୍ଦ୍ର ସରକାର ଭାରତ-ମିଆଁମାର ସୀମାରେ ଫ୍ରି ମୁଭମେଣ୍ଟ ରେଜିମ୍- FMR ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଭାରତ ଏବଂ ମିଆଁମାର ମଧ୍ୟରେ ଉତ୍ତର-ପୂର୍ବ ରାଜ୍ୟ ମଣିପୁର, ମିଜୋରାମ, ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶ ସହିତ ୧୬୪୩ କିଲୋମିଟର ଲମ୍ବ ସୀମା ରହିଛି । ଯେଉଁଥିରୁ ମଣିପୁରରେ ମାତ୍ର ୧୦ କିଲୋମିଟର ବାଡ଼ ଦିଆଯାଇଛି । ମିଆଁମାର ସହିତ FMR ବ୍ୟବସ୍ଥା ୨୦୧୮ରେ ଭାରତ ଏବଂ ମିଆଁମାର ମଧ୍ୟରେ ସ୍ଥଳ ସୀମା କ୍ରସିଂ ଉପରେ ଏକ ଚୁକ୍ତିନାମା ପରେ ଆନୁଷ୍ଠାନିକ ହୋଇଥିଲା । ଯାହା ସୀମାର ଉଭୟ ପାର୍ଶ୍ୱରେ ରହୁଥିବା ଆଧିବାସୀମାନଙ୍କୁ ବିନା ଭିସାରେ ୧୬ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବାକୁ ଏବଂ ଦୁଇ ସପ୍ତାହ ପର୍ଯ୍ୟନ୍ତ ରହିବାକୁ ଅନୁମତି ଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.